ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡରେ ପ୍ରସ୍ତୁତି ପରଖିଲେ ପ୍ରଣବ…

- Advertisement -

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ  ପ୍ରସ୍ତୁତି ପରଖିଲେ ପ୍ରଣବ

* କରୋନା ପରେ ଦ୍ୱିତୀୟ ଥର ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ
* ବିକାଶ ପଥରେ ଅଧିକ ଆଗେଇବ ରାଉଲକେଲା,
* ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ
* ସବୁ ଆଡ଼େ ସ୍ଥିତିର ଅନୁଧ୍ଯାନ କରି ସ୍ଥାନୀୟ ପ୍ରତିନିଧିଙ୍କ ସହ ବବିଙ୍କ ଆଲୋଚନା

() ବର୍ଷ ୨୦୨୧ର ପ୍ରଥମ ଗସ୍ତ ମୂଖ୍ୟମନ୍ତ୍ରୀଙ୍କର କଳାହାଣ୍ଡିରୁ ଆରମ୍ଭ ହୋଇଥିଲା l ଆସନ୍ତା କାଲି ସୁନ୍ଦରଗଡ଼ରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ କାର୍ଯ୍ୟକ୍ରମ ହେବା ପୂର୍ବରୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ରାଉଲକେଲାରେ ପହଞ୍ଚି ସବୁ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସେଠାରେ ସ୍ଥାନୀୟ ବିଧାୟକ ଜିଲ୍ଲା ବିଜେଡି ଓ ସୁନ୍ଦରଗଡ ଦାୟିତ୍ୱ ବୁଝିବା ଯାଇ ଯାଇଥିବା ବିଜେଡି ବିଧାୟକ, ମନ୍ତ୍ରୀ,ସାଂସଦ ମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡାକି ସବୁ କାମର ସମୀକ୍ଷା କରିଛନ୍ତି ସେ । ପ୍ରଣବ ସୋମବାର ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶେଷଥର ପାଇଁ ରୂପରେଖ ତଦାରଖ କରି ଥିବା ଜଣାପଡିଛି । ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ମନ୍ତ୍ରୀ, ୬୦ ଜଣ ବିଧାୟକଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ନିର୍ମାଣ ହେବ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ । ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ୧୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ୩୫୧ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ହେବ ଶୁଭାରମ୍ଭ । ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୫୯୯ କୋଟି ଟଙ୍କା । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସ ପାଇଁ ହେବ ଶିଳାନ୍ୟାସ । ଏଥିପାଇଁ ୧୬ ତାରିଖରେ ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ୧୭ ଜଣ ମନ୍ତ୍ରୀ ଓ ୭୦ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ସକାଳ ୧୧ଟା ୩୦ରେ ପହଞ୍ଚି ରାଉରକେଲା ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ସରିଛି l ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଓ ସାଧାରଣ ସଭାକୁ ଲାଇଭ୍ ଦେଖିବେ ଜିଲ୍ଲାବାସୀ । ଏଥିପାଇଁ ରାଉରକେଲାର୧୦ଟି ସ୍ଥାନ ସମେତ ସୁନ୍ଦରଗଡ଼ ଜିଲ୍ଲାର ଶହେରୁ ଅଧିକ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି ।
ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ କୋଭିଡ ପରୀକ୍ଷା କରିବା ପରେ ହିଁ ସଭା ସ୍ଥଳକୁ ଯିବା ପାଇଁ ଅନୁମତି ଦିଆଯାଇଛି l ସବୁ କାମର ତଦାରଖ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି ବୁଲି ଦେଖିଛନ୍ତି ପ୍ରଣବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles