ଜୀବନ ରାସ୍ତାରେ ଅନେକ ବାଟ ଦେଇ ଯିବାକୁ ପଡ଼େ । ସମୟ ଚକ୍ରରେ ଯାହା ଘଟିଥାଏ , ତାହା ବେଳେବେଳେ ପୁଣି ଯେ ନଘଟିବ ତାହା ବି କହିବା ମୁସକିଲ । ହଁ ଆଜିର ଆଇଟି ଯୁଗରେ ଏହା ସ୍ୱପ୍ନ ନୁହେଁ, ବଂର ବାସ୍ତବତା । ପୁରୁଣା ଦିନର ସ୍କୃତି ବି କାହାର ପରିଣତ ବୟସରେ ଫେରୁଛି ତ ଆଉ କିଏ ପୁଣିଥରେ ଯୌବନକୁ ଫେରାଇ ଆଣୁଛି । କିଏ କିଏ ତ ଏବେ ବି ସେହି ରାସ୍ତାରେ ଯିବାକୁ ଚାହୁଥିଲେ ବି ବାଧକ ସାଜୁଛି କେତେ କଥା । ଏ ମଣିଷ ସଭ୍ୟତା ସୃଷ୍ଟି ହେବା ବେଳେ ଭାବର ଆଦାନ ପ୍ରଦାନ ପାଇଁ ଭାଷାର ସୃଷ୍ଟି ହୋଇଛି । କିନ୍ତୁ ସତ କଥା ହେଉଛି ସବୁ କଥା ଭାଷା ମାଧ୍ୟମରେ କୁହାଯାଇ ନପାରେ । ବିନା ଭାଷାରେ ବି ଜଣେ ଜଣକୁ ବୁଝିପାରେ । ଯେମିତି ମା ନବଜାତ ଶିଶୁ ସର୍ମ୍ପକ । ବିନା ଭାଷାର ଦୁହେଁ ସବୁକିଛି କରନ୍ତି । ଠିକ ସେହିପରି ଭାବ ଓ ଭାବନା ଭିତରେ ଭାଷା ସେତେଟା ଜରୁରୀ ନୁହେଁ, ଏକଥା ଅନେକ ବ୍ୟକ୍ତି ନିଜ ଅନୁଭୂତିରୁ କହିଛନ୍ତି । ତେବେ ୨୦ବର୍ଷ ତଳେ ଦେଖାହୋଇଥିବା ମନ୍ଦାକିନୀ କାହିକିଁ ସେ ଭାଷାକୁ ବୁଝିଲାନି ତାକୁ ନେଇ ମୁନା ଏବେ ଭାବୁକ ହୋଇଯାଇଛି । ସତରେ କଣ ମନ୍ଦାକିନୀ ତା ମନର ଭାଷାକୁ ବୁଝିପାରୁନି , ନା ସମୟ ଓ ପରିସ୍ଥିତି ତାକୁ ମୁନା ଭାଷା ନବୁଝିବା ପାଇଁ ବାଧ୍ୟ କରୁଛି । ସେ ଏବେ ବଦଳିଛି , ମୁନା ବି ସମୟ ଅନୁସାରେ ବଦଳିଯାଇଛି । ହେଲେ ଫରକୁ କିନ୍ତୁ ସାମାନ୍ୟ ରହିଛି । ଏକଥା କହିବା ବିି ମୁସକିଲ । କାରଣ ଏକଥା କେବଳ ମୁନା ଓ ମନ୍ଦାକିନି ଭିତରେ ରହିବା ଦରକାର । ଧୀରେଧୀରେ ମନ୍ଦାକିନିର ସବୁ ଇଚ୍ଛା ମୁନା ବିନା ଭାଷାରେ ବୁଝୁଛି , ପାଖରେ ବସୁଛି, ପାଖରେ ହୁସିଛି । ପ୍ରତ୍ୟେକ ଦିନ କଥା ହେଉଛି , ପୁଣି ଗପିଗପି ସମୟ କେତେବେଳେ ବିତିଯାଇଉଛି ତାହା ବି ଉଭୟ ଜାଣିପାରୁନାହାନ୍ତି । ହେଲେ ପ୍ରକୃତରେ ଉଭୟ ଉଭୟକୁ ଯେଉଁ କଥା କହିବା ପାଇଁ ଚାହୁଛନ୍ତି , ତାହା କିନ୍ତୁ ଏବେ ବି ସାମ୍ନାକୁ ଆସିପାରୁନାହିଁ । କେଉଁଠି ନା କେଉଁଠି କେଉଁ ଅଦୃଶ୍ୟ ରହସ୍ୟ ଲୁଚିରହିଯାଉଛି । ହେଲେ ସବୁଦିନ ଦୁହେଁ, ମନେମନେ କହୁଛନ୍ତି କଣ ସୁବକଥା କହିହୁଏ,.. ତୁ ବୁଝିବୁ ନାଁ ….. ମୁଁ ଯାହା କରିବାକୁ ଯାଉଛି, ମୋ ମନ କହୁଛି , ତାହା ସହ ତୋ ଇଚ୍ଛା ବି …..ବାସ କଣ କହିବି ., ସବୁକଥା କହିହୁଏନା….