ନିରବ ପ୍ରେମ ….
ସବୁଦିନ ଭଳି ଆଜି ସଂନ୍ଧ୍ୟାରେ ଅଫିସରୁ ଫେରିବା ପରେ କାହିକିଁ କେଜାଣେ ମତେ କାହାର ପ୍ରେମ କାହାଣୀ ଏତେ ଆକୃଷ୍ଟ କଲା ଯେ ପ୍ରେମ ନିରବ ବାଦଶାହା ପରି ମୁଁ ସେ କାହାଣୀକୁ ବୁଝିବାକୁ ଯାଇ ଏମିତି କିଛି ମନଗଡ଼ା କାହାଣୀ ଲେଖିବାକୁ ବସିଛି । ହଠାତ ମୁନା କହୁଥିଲା କୁନାକୁ । ଜାଣିଲୁ ଭାଇ ଆଜି ପୁରୁଣା ପ୍ରେମର ପ୍ରତିଟି କଥା କାହିକିଁ କଜେଣୋ ମୋ ମନକୁ ବେଶ ଆନ୍ଦୋଳିତ କରୁଛି । କରନ୍ତାନି ବା କେମିତି । ମୁଁ ପୁରା ଦୀର୍ଘବର୍ଷ ପରେ ତାହା ପାଇଁ ଲେଖିଥିବା ଚିଠିଟି ପାଇଛି । ସେ ଚିଠିଟିକୁ ପଢିବା ପରେ ତ ଆଜି ଏହି ଅନଲାଇନ ୱାଟସପ , ଇଷ୍ଟ୍ରାଗ୍ରାମ , ମେସେଞ୍ଜର ଯୁଗରେ ବି ଚିଠି ପଢିବାର ଆଗ୍ରହ ମୋ ଭିତରେ ରହିଛି । ରହନ୍ତାନି ବା କେମିତି ସେ ଚିଠି ପା ସେ ସମୟର ସବୁଠାରୁ ପରିଚିତ ଥିବା ଲୋକ ଉପରେ ଲେଖାଯାଇଛି । ୨୦ବର୍ଷ ପରେ ମିଳିଛି ସେ ଚିଠି । ୨୦ ଥର ପଢିବା ପରେ ବି ମନ ବୁଝୁନାହି । କାରଣ ଚିଠି ଯାହା ଉପରେ ଲେଖା ଯାଇଛି ସେ ଆଜି ବି ମୋର ଅତି ଘନିଷ୍ଠ ଓ ପରିଚିତ । ହେଲେ କେବଳ ପୂର୍ବ ପରିଚୟରେ ସେ ଆଉ ନାହିଁ କି ମୁଁ ବି ନାହିଁ । ଆମେ ଦୁହେଁ ଏବେ ଭିନ୍ନ ପରିଚୟ ପାଇଛୁ । ହେଲେ ସେ ସମୟରେ ଝଡ଼ ,ବତ୍ୟା ପରି ପ୍ରେମ କିନ୍ତୁ ଆଜି ନିରବି ଯାଇଛି । କେବଳ ସ୍କୃତି ଓ ଚିଠି ହିଁ ଆଜି ସେ ପ୍ରେମ ସହ କଥା ହେଉଛି । କଣ କରିବି ମୁଁ କିଛି ଜାଣିପାରୁନାହିଁ । ଏମିତି କେତେ କଥା ମୁନା ଗପିଚାଲିଥାଏ । ଅଳ୍କ ବହୁତ ଏକଥାକୁ କୁନା ବୁଝୁଥାଏ ଓ ସେ ବି ପୁରୁରା ପ୍ରେମ କାହାଣୀର ଛବି ତା ଆଖିରେ ପୁରାଇ ମୁନାକୁ କିଛି କହୁଥାଏ । ବିଚାର ପାଖରେ ବସିଥିବା ସନ୍ତୋଷ ମୁନା ଓ କୁନା କଥା ଶୁଣି ପ୍ରେମ ରସ ଯେ କେତେ ମିଠା କରିଦିଏ ମନକୁ ତାହା ଉଭୟଙ୍କ କଥାରେ ଅନୁମାନ କରୁଥିଲେ ମଧ୍ୟ ସେତେଟା ଗଭୀରତାକୁ ଯାଇପାରୁନଥାଏ । ଆଉ ଠିକ ଏକିତି ବେଳେ ମୁନା କହେ ସନ୍ତୋଷ ତୁ କଣ ବୁଝିବୁ ସେ କଥା ଛାଡ଼ ।
ଆଜି ଏତେ ବର୍ଷ ପରେ ମୁନା ପୁରୁଣା ଚିଠିକୁ ନେଇ ଯେପରି ଭାବନା ରାଇଜରେ ବୁଡ଼ିଯାଇଛି । ତାହାର ସେ ଝଡ଼ ପ୍ରେମ ଯେପରି ନିରବ ହୋଇଯାଇଛି । ଆଉ ସେହି ନିବରତା ଭିତରେ ସନ୍ତୋଷ ମନରେ ପ୍ରେମର ଏକ ମହାବତ୍ୟା ସୃଷ୍ଟି ହୋଇଛି । ସନ୍ତୋଷ ଜାଣେ ନାହିଁ ସେ ସେହି ବତ୍ୟାକୁ ସାମ୍ନା କରିବ ପାରିବ କି ନାହିଁ । ହେଲେ ସନ୍ତୋଷ କିନ୍ତୁ ମୁନା ଠାରୁ ଏମିତି ବୁଝିଲା ଯେ ପ୍ରେମ ପାଠ ହେଉଛି ଏମିତି .. ପ୍ରକୃତ ଭଲ ପାଇବାର ଆଶା ନଥାଏ …ତ୍ୟାଗ ଥାଏ । ଆଜି ନହେଲେ ବି ପରେ ସେ ବୁଝିପାରିବ ମୋ ନିରବତା ।