ସମ୍ବିତଙ୍କୁ ହୋଇଥିଲା କି କରୋନା? ନ ହେଲେ ପ୍ଲାଜମା ଦେଲେ କିପରି…..

- Advertisement -

ନୂଆଦିଲ୍ଲୀ: ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରେ ଯାଇ ପ୍ଲାଜମା ଦାନ କରିଛନ୍ତି। ଯାହାକି ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି। ସେ ଟୁଇଟର ଲେଖିଛନ୍ତି କି ଆମର ପ୍ରଧାନମନ୍ତ୍ରୀ ସବୁବେଳେ ଅନ୍ୟର ସେବା କରିବା ପାଇଁ କହିଥାନ୍ତି। ତେଣୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟ ଜେପି ନାଡ୍ଡାଙ୍କ ଆଶୀର୍ବାଦ ନେଇ ମୁଁ ପ୍ଲାଜମା ଦାନ କରିବାକୁ ଯାଉଛି। ଏହାସହ ସେ କରୋନା ମହାମାରିରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି।
କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ କେବଳ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ହିଁ ଏହି ପ୍ଲାଜମା ଦେଇପାରିବେ। ତେବେ ଏଠି ପ୍ରଶ୍ନ ଉଠୁଛି ସମ୍ବିତଙ୍କୁ କରୋନା ହୋଇଥିଲା କି? ଯଦି ହୋଇଥିଲା ତାହାଲେ କୋଭିଡ ରିପୋର୍ଟ ନେଗେଟିଭ ଆସିଛି ବୋଲି ଗଣମାଧ୍ୟମକୁ କୁହାଯାଇଥିଲା କାହିଁକି। ସମସ୍ତେ ଜାଣନ୍ତି ଯେ ସମ୍ବିତ ପାତ୍ରଙ୍କ କୋଭିଡ ଟେଷ୍ଟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରିପୋର୍ଟ ନେଗେଟିଭ ବୋଲି କୁହାଯାଇଥିଲା। ଯଦି ତାଙ୍କୁ କରୋନା ହୋଇନାହିଁ ତାହାଲେ ସେ ପ୍ଲାଜମା ଦେଲେ କିପରି ? ଯାହା କି ଏବେ ପ୍ରଶ୍ନ ଘରରେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles