ସମୟ ସ୍ରୋତରେ ମଣିଷର ଜୀବନ ଆଗକୁ ବଢିଚାଲେ । ବିଭିନ୍ନ ସାମାଜିକ ପ୍ରକ୍ରିୟା ଦେଇ ମଣିଷକୁ ଗତି କରିବାକୁ ପଡ଼େ । ଦୁଃଖ ସୁଖର ଜୀବନ ମଧ୍ୟରେ ପଛରେ ଛାଡ଼ିଯାଏ କିଛି ସ୍କୃତି ଓ କିଛି ଅନୁଭୂତି । ଯାହା ପ୍ରତ୍ୟେକ ମଣିଷର ଦୁଃଖ ସମୟରେ ବି ମୁହଁରେ ଆଣିଦିଏ ଟିକିଏ ହସ । ଆଉ ସେହି ହସ ଯେ ବର୍ତ୍ତମାନର ବ୍ୟସ୍ତ ଜୀବନକୁ ଟିକେ ହାଲକା କରେ ତାହା ସ୍କୁଲ ବେଳର ହ୍ଵାଟ୍ସଆପ ଗ୍ରୁଫରେ ଆଲୋଚନା ଓ ଫେସବୁକରେ ସାଙ୍ଗ ସହ ଯୋଡ଼ିହେବାରୁ ଜଣାପଡ଼ୁଛି । ପିଲାଦିନ ସାଙ୍ଗ ସହ ଯୋଡ଼ିହେବାର ରାମସେତୁ ଭାବେ ସ୍କୁଲସାଙ୍ଗଙ୍କ ସହ ଯୋଡ଼ିଛି ସୋସିଆଲ ମିଡ଼ିଆ ।୨୦୦୧ ମସିହାର ଯାଜପୁର ଜିଲ୍ଳାର ହରିସାମନ୍ତ ସ୍କୁଲ ବ୍ୟାଚର ସାଙ୍ଗମାନେ ୨୦୧୮ରେ ସୋସିଆଲ ମିଡଆରେ ଯୋଡ଼ିହୋଇଛନ୍ତି । ପ୍ରଥମେ ମାତ୍ର ହାତ ଗଣତି କେତେଜଣ ସାଙ୍ଗକୁ ନେଇ ଆରମ୍ଭ ହୋଇଥିବା ଏହି ହ୍ଵାଟ୍ସଆପ ଗ୍ରୁପରେ ଏବେ ବ୍ୟାଚର ଅଧିକାଂଶ ପିଲା ଯୋଡ଼ି ହୋଇଯାଇଛନ୍ତି । କିଏ କେମିତି ଓ କେତେବେଳେ ଯୋଡ଼ି ହେଉଛନ୍ତି ଗ୍ରୁପରେ ତାହା ଜଣାପଡ଼ୁନାହିଁ । ଏମିତି ପିଲାଦିନ ଯେଉଁ ସାଙ୍ଗ ସହ ସ୍କୁଲ ଜୀବନ କଟିଥିଲା ତାହାର ଚେହେରା ଏବେ ଗ୍ରୁପରେ ଦେଖିଲେ ଚିହ୍ନିବାକୁ କିଛି ସମୟ ଲାଗୁଛି । ମନେ ପକାଇବାକୁ ପଡ଼ୁଛି ୨୦୦୧ ଦୃଶ୍ୟକୁ । ସେ ସ୍କୁଲରେ କେମିତି ଥିଲା, କଣ ଥିଲା ତାହାର ସ୍ୱଭାବ ଓ ଆଜି କେମିତି ଲାଗୁଛି ସେ । ଏସବୁ କଥା ଗ୍ରୁପରେ ଥିବା ପ୍ରତ୍ୟେକ ସାଙ୍ଗ ଯେତେବେଳେ ଏକୁଟିଆ ବସି ମନେପଡ଼ିଯାଉଛି ମନେମନେ ହସିବା ସହ ପୁରୁଣା ସ୍କୃତି କେତେ ସୁନ୍ଦର ଥିଲା ତାହା ମନକୁ ଆନନ୍ଦ ଦେଉଛି । ସବୁଠାରୁ ମଜା କଥା ହେଉଛି ସ୍କୁଲ ବେଳକୁ ଯିଏ ଯେମିତି ପରିଚିତ ଥିଲା ସାଙ୍ଗଙ୍କ ପାଖରେ ଆଜି ସେମିତି ମିଶିବାକୁ ହୁଏତ ଟିକେ ସଙ୍କୋଚ ଆସୁଛି । ସତ କହିଲେ ସ୍କୁଲ ସମୟରେ ଯେଉଁ ପୁଅ ଓ ଝିଅ ସାଙ୍ଗ ସହ ମୋଟେ ମିଶି କଥା ହୋଇହୁଏ ନାହିଁ, ଆଜି ସେହି ସାଙ୍ଗ ସହ ନିବିଡ଼ ହୋଇଛି ସମ୍ପର୍କ। ଆଉ ବା କଣ କହିବି । ଏବେ ସବୁ ସାଙ୍ଗ ଜଣେ ଜଣେ ଗାଳ୍ପିକ, ସାହିିତକ ,କଣ୍ଠଶିଳ୍ପୀ, ରାଜନେତା,ଅଭିନେତ୍ରୀ , ଯୋଗବାବା, ବ୍ୟବସାୟୀ ଏପରି କେତେରୂପ ଦେଖିବାକୁ ମିଳୁଛି । ଯାହା ହେବ ସ୍ୱଭାବିକ । ହେଲେ ସବୁଠାରୁ ବଡ଼ କଥା ହେଲ ଗ୍ରୁପ ଚାଟ ବେଳେ କିନ୍ତୁ ସମସ୍ତେ ସେହି ପିଲାଦିନର ସାଙ୍ଗ ପାଲଟିଯାଆନ୍ତି । ସମୟ ଅନୁସାରେ ସାଙ୍ଗମାନେ ବଡ଼ ହୋଇ ବାହାଶାହା ହୋଇ ଘର ସଂସାର କଲେଣି । କାହାର କାହାର ପୁଅ-ଝିଅ ବଡ଼ ହୋଇଗଲେଣୀ । ହେଲେ ଏହି ଗ୍ରୁଫ କିନ୍ତୁ ଆମକୁ ପୁଣି ଛୋଟ କରିଦେଇଛି । ଲାଗୁଛି ଯେମିତି ପୁଣି ଫେରିଆସିଛି ସେହି ପୁରୁଣା ଦିନ । ହରିସାମନ୍ତ ସ୍କୁଲ, ରାମମନ୍ଦିର , ହେଡ଼ାପଡ଼ିଆ ଖେଳ ଓ ଟାଉନହଲରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସରେ ପ୍ୟାରେଡ଼ , ପିଡ଼ବ୍ଲୁ ଅଫିସରେ ସେଓ ବୁନ୍ଧିଆ ଖାଇବା , ରାମନବମୀରେ ରାମମନ୍ଦିରକୁ ଲମ୍ବା ଲାଇନରେ ଯିବା ଓ ମନାଇଚ୍ଛା ବସିି ଖାଇବା , ପୁଣି କେଉଁ କଳାତ୍ମକ ଅବା ଯାଦୁଗରର ସୋ ଦେଖିବା ପାଇଁ ସିନେମା ହଲ ଯିବା । ଏତେ ସବୁ ଘଟିଛି ସ୍କୁଲ ସମୟରେ । ଏହାକୁ କଣ କେବେ କିଏ ଭୂଲି ପାରିବ । କେବଳ ମନେ ପକାଇ ମନେ ମନେ ହସିବା ଛଡ଼ା ଆଉ କିଛି ନାହିଁ । ବେଳେବେଳେ ତ ମନରେ ଭାରି କଷ୍ଟ ଲାଗେ । ଆଜି ସମୟର ସ୍ରୋତରେ ଆମେ ବଡ଼ ହୋଇଯାଇଛୁ । ଅନେକ ପାଇଛୁ ଓ ଅନେକ ହରାଇଛୁ । ସମୟ ଯେତେ ଗଡ଼ୁଛି , ବୟସ ସେତେ ବଢୁଛି , ଛାତ୍ର ଅବସ୍ଥା ଯାଇ ପାକଳ ଯୁବାବସ୍ଥାରେ ଆମେ ସମସ୍ତେ । ଆଉ ପୁଣି ସମୟ ଆସିବ କେତେବେଳେ ବୁଢା ହୋଇଯିବା । ହେଲେ ସ୍କୃତି ସେପରି ଜୀବିତ ରହିଛି ଓ ରହିବ । ସେଥିପାଇଁ ତ ଭଗବାନ ଦୁନିଆ ସବୁଠି ଶ୍ରେଷ୍ଠ ଉପହାର ଏବେ ଦୁନିଆକୁ ଦେଇଛି ତାହା ହେଉଛି ସାଙ୍ଗ । ଏବେ ଆସ ନଜର ପକାନ୍ତୁ ପୁରୁଣା ସ୍କୃତିକୁ ନେଇ କିଏ କଣ କହୁଛି
ପାଣ୍ଡେ- ସାଙ୍ଗ ସହ ଯୋଡ଼ିହୋଇ ବହୁତ ଖୁସି । ଟେନସନ ପଳାଉଛି ।
ମୁନି- ମୁଁ ଖୁସି । ପୁରୁଣା ସାଙ୍ଗଙ୍କ ସହ ଯୋଡ଼ିହେବା ମୋ ଜୀବନର ଶ୍ରେଷ୍ଠ ଦିନ ।
ଶୋଭା- ଗ୍ରୁଫରେ ଯୋଡ଼ିହେବା ପରେ ଅଧା ଟେନସନ ଯାଉଛି , ପିଲାଙ୍କ ସହ କଳି ହେଉଛି
ସୁରଟ –କରୋନା ସମୟରେ ସାଙ୍ଗ ସହ କଥା ହେବା ଏକ ନିଆର । ପୁରା ମସ୍ତି
ଚିନ୍ମୟ – ଆରେ ଭାଇ ମୁଁ ତ ପୁରା ଖୁସି.. ଶବ୍ଦ ନାହିଁ ମୋ ପାଖରେ ସାଙ୍ଗଙ୍କ ପାଇଁ ..
ଆଉ ସବୁ ସାଙ୍ଗେ ମାନଙ୍କର କଣ ପ୍ରତିକ୍ରୀୟା ତାହା ଏହି କିଛି ଜଣ ମତରୁ ଆପଣମାନେ ଜାଣିପାରୁଥିଲେ ।
ଶେଷରେ ଏମିତି କୁହାଯାଇପାରେ ଏ ସମୟ ବୟସକୁ ମୋର ଦେ ଫେରାଇ ।