ସ୍କୁଲ ବେଳ ସ୍ମୃତି ତାଜା କରୁଛି ଭିଡ଼ିଓ କଲ….

- Advertisement -

କିଏ ଜଣେ ଫୋନ କରେ । କଣ କରୁଛୁ ବେ । ଜଲଦି ଗ୍ରୁଫକୁ ଆସ । ବାସ ଏତିକି କଥାରେ ଫୋନ କଟିଯାଏ । ଆଉ ମେସେଞ୍ଜର କି ହ୍ୟାଟସ ଅଫ୍ ଗ୍ରୁଫରେ ଯୋଡ଼ିହୋଇଯାଏ । ବ୍ୟସ୍ତ ବହୁତ ଜୀବନ ଭିତରେ ଘାଣ୍ଟି ହେଉଥିବା ବେଳେ ଏହି ଗ୍ରୁପ କଲ ଛାତି ଭିତରେ ଥିବା କିଶୋର ଅବସ୍ଥାଟି ଜାଗି ଉଠେ । ମନେ ପଡ଼ିଯାଏ ମିଠା ଅନୁଭୂତି ଓ ଲୁଚାଣିଆ ପ୍ରେମ ଓ ବନ୍ଧୁତ୍ୱ ସମ୍ପର୍କ । କରୋନା ମହାମାରୀ ସମୟରେ ପ୍ରାୟ ୬ ମାସ ହେବ ଏମିତି ଭିଡ଼ିଓ କଲରେ ସ୍କୁଲ ସାଙ୍ଗଙ୍କ ବନ୍ଧୁ ମିଳିନ ପାଲଟିଛି ।
ଯାହା ସାଧାରଣତ ଖଟିରେ ହୁଏ , ତାହା ଏହି ଭିଡ଼ିଓ କଲ ମାଧ୍ୟମରେ ଚାଲିଛି । ଜୀବନ ଆଡ଼କୁ ଧାଇଁଧାଇଁ ଧଇଁସଇଁ ହୋଇପଡ଼ିଥିବା ବେଳେ ସ୍କୁଲ ସାଙ୍ଗମାନଙ୍କ ସହ କଥାବାର୍ତ୍ତା ଠିକ ଗ୍ଲୋକୋଜ ଭଳି କାମ ଦିଏ । ଏ ଏମିତି ସ୍କୃତି । ଯେତେ ପୁରୁଣା ହେଉଛି ସେତେ ମହକୁଛି । ଏମିତି ଭିଡ଼ିଓ କଲରେ ଆମେ ୬ରୁ ସାତ ଜଣ ସାଙ୍ଗ ପ୍ରତ୍ୟେକ ଦିନ ପ୍ରାୟ ଯୋଡ଼ିହୋଇ କଥା ବର୍ତ୍ତା ହେଉଛୁ । କିଏ କେତେବେଳେ କଲ କରୁଛି ତାହାର ସମୟ ଜ୍ଞାନ ବି ନାହିଁ । କି ଆମର କିଛି ନିଦ୍ଧିଷ୍ଟ ସମୟ ନାହିଁ । ରାଜନୀତି, ଅର୍ଥନୀତ.ପ୍ରେମ,ସାହିତ୍ୟ, ପରିବାର ଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତି କଥା ବି ପଡ଼େ ଆଲୋଚନା ସମୟରେ । ହେଲେ ଅଧିକାଂଶ ସମୟ ସ୍କୁଲରେ ଆମେ କେମିତି ଥିଲୁ ? କଣ କରୁଥିଲୁ ? ଏସବୁ ବିଷୟରେ ଆଲୋଚନା ହୁଏ । ତାହାସହ ସୁଖ ଓ ଦୁଃଖ । ଯେମିତି ପ୍ରତ୍ୟେକ ଦିନ ଏହି ଗ୍ରୁପରେ କଥା ନହେଲେ ଭାତ ଟିକେ ହଜମ ହୁଏ ନାହିଁ କି ମନ ଭଲ ରହେ ନାହିଁ । କିଏ କିଏ ସବୁଦିନ କଥା ହୁଅନ୍ତି ଗ୍ରୁପରେ ତ ଆଉ କିଏ ଗ୍ରୁପ ଫଟୋ ଓ ଚାଟ ଦେଖି ବି ଅନୁଭୂତିକୁ ମନେପକାନ୍ତି । କାରଣ ଜୀବନ ଜଞ୍ଜାଳ ଭିତରେ ଚାହିଲେ ବି ସେମାନେ ଗ୍ରୁପ ସବୁ ସମୟରେ କଥା ହୋଇପାରନ୍ତିନି । ଯେମିତି ଲିଲି ଓ ଚଗୁଲୁ । କାରଣ ଲିଲିର ଦାଦା ଚଗୁଲୁ ତେଣୁ ସେ ଗ୍ରୁଫକୁ ଆସିଲେ ଲିଲି ରହିବନି । ଆଉ ଦୁଇଜଣେ ହେଲେ ଚିନ୍ମୟ ଦୀପକ । ହେଲେ ଲିଲି ଚଗୁଲୁ ପରି ସେମାନେ ନୁହନ୍ତି । ସେମାନେ ରହନ୍ତି ଗ୍ରୁପରେ ହେଲେ ୨ଜଣ ଥିବା ବେଳେ ସେତେଟୋ ମନଖୋଲିକଥା ହୋଇପାରନ୍ତି ନାହିଁ । ଆଉ କିଛି ପିଲା କଥା ନ କହିଲେ ଭଲ । ସେ ତାଙ୍କ ଇଚ୍ଛା ଅନୁସାରେ ଆକଟିଭ ହେବେ ଓ ଇଚ୍ଛା ଅନୁସାରେ ଇନ ଆକଟିଭ ହେବେ । ଏମିତି ୬ ମାସରୁ ଅଧିକ ସମୟ ଧରି ଗ୍ରୁପ ଆମର ଚାଲିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଗ୍ରୁପରେ ସାଙ୍ଗମାନେ ପୁରା ମନଖୋଲି କଥା ହୁଅନ୍ତି । ଯେମିତି ସେମାନେ ଆଜି ବି ସ୍କୁଲରେ ପାଠ ପଢୁଛନ୍ତି । ନିଜ ପିଲା ଓ ସ୍ୱାମୀଙ୍କ ସମ୍ମୁଖରେ ବି ସବୁ କଥା ହୁଅନ୍ତି । ଆଉ ତାହା ହିଁ ଏହି ଗ୍ରୁପ କଲର ଖୁସି ।
ଆରେ ତୁ ସ୍କୁଲରେ ଭାରି ଶାନ୍ତ ଥିଲୁ ନାଁ । ଆରେ ସେ କାଳେ ମତେ ସ୍କୁଲ ସମୟରେ ଭଲ ପାଉଥିବା । ହେଲେ କହିନଥିଲା । ଆଉ କିଏ କହେ ସେ ତ ମତେ କଣେଇ କଣେଇ ଚାହୁଥିଲା । ଏକଥା ଏହି ଗ୍ରୁଫରେ ଯୋଡ଼ିହେବା ପରେ କହୁଥିଲା ଦିନେ । ସ୍କୁଲରେ ଯେଉଁସାରଙ୍କୁ ସବୁଠାରୁ ଡ଼ର ଥିଲା ଓ ରାଗ ଲାଗୁଥିଲା ସେ ସାର ସୁବବେଳେ ଗ୍ରୁଫରେ ଚର୍ଚ୍ଚାରେ ରହନ୍ତି । କେବଳ ସେତିକି ନୁହେଁ, ଗ୍ରୁପରେ ଛୋଟପିଲା ହେବା ଓ କାଟୁନ ହେବା ଲାଗି ଯେମିତି ଗୋଟେ ପ୍ରତିଯୋଗିତା ଚାଲେ । ଆଉ ମଝିରେ ମଝିରେ ସେ ଫଟୋ ବି ଗ୍ରୁଫରେ ଉଠାଯାଇ ପଠାଯାଏ । କେବଳ ସେତିକି ନୁହେଁ, ନିଜ ନିଜ ଢଙ୍ଗରେ ବି ସଭିଁଏ ମଜା କରନ୍ତି । ଏହି ଯେମିତି ଶ୍ରାବଣୀ ଓ ବେଦମାତା ଆଉ ତାଙ୍କ ସାଙ୍ଗକୁ ତାଳଦେଇ ସୁରତ ଓ ପାଣ୍ଡେ । ଲିଲି , ଶୋଭା କଥା ତ ନକହିଲେ ଭଲ । ମସ୍ତି କଥା ହେଲେ ସବୁ ରେଡ଼ି । ଗୀତ,ମଜା କଥା, ପୁରୁଣା ପ୍ରେମ ସବୁବେଳେ ଏହି ଗ୍ରୁଫରେ ଆଲୋଚନା ହୁଏ । ଯେମିତି ଏ କଥା ଗୁଡ଼ିକ ଅକ୍ସିଜେନ । ନହେଲେ ଗ୍ରୁପରେ ମଜା ହେବ ନାହିଁ । ଆଉ ଚିନ୍ମୟ ଏକଥା ଶୁଣେ ବେଳେ ମନମନେ ମଜା ନିଏ ଓ ଅଧିକାଂଶ ସମୟ ତାକୁ ଲାଜ ଲାଗେ ବୋଲି ସେ ସେ ସମୟରେ ନିରବତା ଅବଲମ୍ବନ କରେ ନହେଲେ କିଛି ସମୟ ପାଇଁ ଗ୍ରୁପରୁ ବିରତି ନିଏ । ଯେମିତି ଏସବୁ ପାଇଁ ହରିସାମନ୍ତ ସ୍କୁଲ ପିଲାଦିନେ ଆମ ହୃଦୟରେ ଲେଖା ହୋଇଥିଲା । ତାହା ଆଜି ବାସ୍ତବରୂପ ନେଉଛି । ସବୁଠାରୁ ବଡ଼ ପ୍ରସଙ୍ଗ ହେଲା ଏହି ଗ୍ରୁପରେ ସାଙ୍ଗସାଙ୍ଗକୁ ଗୋଟେ ଏମିତି ପ୍ରଶ୍ନ ପଚାରେ ତାହାର ଉତ୍ତର ସାଙ୍ଗ କେମିତି ଦେବ ତାହା ତାକୁ ଅଡ଼ୁଆରେ ପକାଏ । କାରଣ ସେ ପ୍ରଶ୍ନ ଟା ସେମିତି । ଯେମିତି କୁକୁଡ଼ା ଆଗେ ନା ଅଣ୍ଡା ଆଗେ ପରି । ପୁରା ସମାନ ପ୍ରଶ୍ନ ନହେଲେ ବି ସେହିପରି । ହେଉ ହେଉ ପରେ ଆଉ ଯାହା ବାକି ରହିଲା ଲେଖିବି ଗ୍ରୁପ କଲ ଆସିଗଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles