ଭୁବନେଶ୍ୱର : ଏଣିକି 15ରୁ କମ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରିବେ ରାଜ୍ୟ ସରକାର l ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ 7772 ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ 1724 ଟି ସ୍କୁଲ ଉଭୟ ସିଡୁଲ ଓ ନନସିଡୁ ଲ ଅଞ୍ଚଳରେ 25 ଏବଂ 40 ଛାତ୍ରଛାତ୍ରୀ ଥିବା ସ୍କୁଲ ରହିଛି। 6048 ସ୍କୁଲ୍ରେ 20 ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଅଛି। ସରକାର ଆଜି ନିଷ୍ପତ୍ତି ବଦଳାଇଛନ୍ତି। ସିଡୁଲ ଅଞ୍ଚଳରେ ଏଣିକି 20 ନୁହେଁ 15 ରୁ କମ ଛାତ୍ରଛାତ୍ରୀ ଥିଲେ ସେ ସ୍କୁଲକୁ ମିଶ୍ରଣ କରାଯିବ। ସେହିଭଳି ସ୍କୁଲ ସଂଖ୍ୟା ପାଖାପାଖି 3 ହଜାର ଆସିପାରେ।
ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ କୌଣସି ବିଦ୍ୟାଳୟକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି। 2013 ରେ ସରକାର ନିୟମ କରିଥିଲେ ସିଡୁଲ ନନ ସିଡୁଲ ଅଂଚଳରେ ସ୍କୁଲ ଖୋଲିବା ପାଇଁ। 66 ହଜାର 594 ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା। ସବୁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ଶ୍ରେଣୀ ଶିକ୍ଷକ ଦେବା ସରକାରଙ୍କ ମୂଳ ଉଦେଶ୍ୟ। ଛୋଟ ଛୋଟ ବିଦ୍ୟାଳୟ ଏକତ୍ରିକରଣ କରି ବଡ ବିଦ୍ୟାଳୟ ସୃଷ୍ଟି କରିବା ଉଦେଶ୍ୟ। ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦେଶ୍ୟ। ଗୋଟିଏ ଜାଅଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ ଉଦେଶ୍ୟ। ରାଜ୍ୟରେ 14382 ସ୍କୁଲରେ 40ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ସେଥିରୁ 7ହଜାର772 ସ୍କୁଲ କୁ ମିଶ୍ରଣ ପାଇଁ ପକ୍ରିୟା କରାଯାଉଛି। ଏଥିରୁ 1724 ସ୍କୁଲରେ 25ରୁ କମ ପିଲା,6048 ସ୍କୁଲରେ 20ରୁ କମ ପିଲା ଅଛନ୍ତି। ଯେଉଁଠି ସମସ୍ୟା ରହିଛି, ଲିଖିତ ଭାବେ ଜଣାଇଲେ ପଦକ୍ଷେପ ନିଆଯିବ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଆମେ ଯେଉଁ ପ୍ରସ୍ତାବ ଦେଇଥିଲୁ ସରକାର ଗ୍ରହଣ କରିଛନ୍ତି l