() କରୋନର ଦ୍ୱିତୀୟ ଲହରୀ ସବୁଠି ଆତଙ୍କ ଖେଳାଇଛି । ସେଥିପାଇଁ ଆରମ୍ଭ ହୋଇଛି ଲକଉଡ଼ାନ । ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇଛି ମଣିଷ ଜୀବନ । ମାସ, ବାର, ଦିନ ଓ ଋତୁ ସବୁ ଯେମିତି ସମାନ ହୋଇଛି ସଭିଁଙ୍କ ପାଇଁ । ଏମିତକିି ତାରିଖ, ବାର ବି ମନେ ରହୁନାହିଁ । ହେଲେ ତାହାରି ଭିତରେ ବି କଟୁଛି ଜୀବନ, ଚାଲିଛି ଭାବର ଆଦାନ ପ୍ରଦାନ , ଆଉ ସବୁକିଛି । ପ୍ରକୃତି ପରି ମଣିଷ ସ୍ଥିର ହୋଇପାରେ ନାହିଁ, ସେ ପରିବର୍ତ୍ତନଶୈଳୀ । ପ୍ରକୃତିର ସୌନ୍ଦର୍ଯ୍ୟରୁ ଜୀବନ ବଂଞ୍ଚିବାର ପ୍ରେରଣା ନେଇ ସମୟ ବିତାଉଛି ମଣିଷ । ଆଉ ଏହି ସମୟରେ କେତେବେଳେ ତା ଭାବନାରେ ବସନ୍ତ ଆସୁଛି ତ କେଳେବେଳେ ଫଗୁୁଣ । ଯାହାକୁ ମଣିଷ ନିଜନିଜ ଢଙ୍ଗରେ ପ୍ରକାଶ କରୁଛି । କେତେବେଳେ ସାଙ୍ଗ ଗ୍ରୁପରେ କଥା ହେଲା ବେଳେ ମନର କଥାକୁ ପ୍ରକାଶ କରୁଛି ତ ଆଉ କେତେବେଳେ ଏକୁଟିଆରେ ନିଜ ମନକୁ ନିଜେ କହି ଚାଲିଛି । କିଏ କିଏ ତ ଫୋଟ ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରୁଛନ୍ତି । ଯାହା ସେମାନଙ୍କୁ ଆନନ୍ଦ ଦେବା ସହ ଅନ୍ୟମାନଙ୍କୁ ବି ଆତ୍ମ ସନ୍ତୋଷ ଓ କଷ୍ଟ ଭିତରେ ବଞ୍ଚିବାର ବିଶ୍ୱାସ ଭରିଦେଉଛି । ଏମିତିରେ ସକାଳୁ ରାତି ଯାଏଁ ସମୟ କେମିତି କଟିଯାଉଛି ତାହା ଜଣାପଡ଼ୁନାହିଁ । ହଁ ସର୍ମ୍ପକ ଓ ସମୟ ଭିତରେ ତାଳମେଳ ଦେଇ ଚାଲିଛି ସବୁକିଛି । ଏକଥା ସତ ଯେ ମୁକ୍ତବିହଙ୍ଗ ପରି ଏବେ ନିଜ ଦୁନିଆ ରାଇଜରରେ ବୁଲି ହେଉନାହିଁ । ହେଲେ ଭାବନରେ ରାଇଜରେ ଓ ଭାବର ଆଦାନ ପ୍ରଦାନ ନେଟୱାର୍କରେ କିଛି ପ୍ରତିବନ୍ଧକ କି କଟକଣା ନାହିଁ । ଯାହା ଆମକୁ ରଙ୍ଗୀନ କରିବା ସହ ସବୁ ସମୟରେ ଦୁନିଆ ରଙ୍ଗୀନ ଦୁନିଆରେ ବଞ୍ଚିବାର ପ୍ରେରଣା ଦେଉଛି । ଯାହା ସୋସିଆଲ ମିଡ଼ିଆରେ କବିତା, ଗଳ୍ପ, ଗୀତ , ଫୋଟ ଅପଲୋଡ଼ କରି ପ୍ରତି ବର୍ଗର,ଆଉ ଶ୍ରେଣୀର ଲୋକ ନୂଆ ଜୀବନର ସଙ୍କେତ ଦେଇଚାଲିଛନ୍ତି । ସେ ଦୁନିଆକୁ ଠିକ ସେ ଜାଣିନଥିବା ଶିଶୁ ଟିଏ ହେଉ କି , ଯୌବନରେ ପାଦ ଥାପି ସାରଥିବା ଯୁବପୀଢି , କି ମଧ୍ୟମ ବୟସ୍କ ଅବା ବରିଷ୍ଠ ନାଗରିକ । ସିଭଁଙ୍କ ମନରେ କେତେବେଳେ ଫଗୁଣ ତ କେତେବେଳେ ବସନ୍ତ ଭାବନ ଜାଗ୍ରତ ହେଉଛି । ଆଉ ତାହା ହିଁ ବାସ୍ତବ ଜୀବନ । ଆଉ ଏସବୁ ଭିତରେ ମଣିଷ ସମାଜ ନିଜର ମନ ବଳକୁ ବୃଦ୍ଧି କରି ଅଦୃଶ୍ୟ ଭୂତାଣୁକୁ ଚେତେଇ ଦେଉଛି ତୁ ଯେତେ ଶକ୍ତିଶାଳୀ,ଭୟଙ୍କର ଓ ଛଳାନାକାରୀ ହୋଇ ତୋର ରୂପ ବଦଳାଇଲେ ବି ଏ ମଣିଷ ସିଭ୍ୟତାକୁ ଧ୍ୱଂସ କରିପାରିବୁ ନାହିଁ । ଆଉ ଏହାରି ଭିତରେ ଭଲପାଇବାର ସଙ୍କେତ ଅନେକଙ୍କ ମନରେ ଆସୁଛି ମୁଁ ଫଗୁଣରେ ଅଛି ଆଉ ସେ ବସନ୍ତରେ ….