()୧୯୫୦ ମସିହାରୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ସ୍ଵୀକୃତି ଲାଭ କରି ପ୍ରତି ବର୍ଷ ୭ ଏପ୍ରିଲକୁ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଉଛି । ଏହି ସଂଗଠନ ନିଷ୍ପତି କ୍ରମେ ଚଳିତ ବର୍ଷର ବାଗାଁ ବା ଥୁମ୍ ” ଆମ ପୃଥବୀ, ଆମ ସ୍ୱାସ୍ଥ୍ୟ” ଜାରି କରାଯାଇଛି । ଏହା ସହିତ ଆମ ଜଳ, ବାୟୁ ଓ ଆହାରକୁ ସ୍ଵଚ୍ଛ ରଖିବା ପାଇଁ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ଲାଗୁତ କରାଯାଇଛି। ଚଳିତ ବର୍ଷ ବାର୍ଭାର ବିଶେଷତ୍ଵ ହେଉଛି, ପୃଥିବୀର ଜଳବାୟୁ ଓ ପରିବେଶ ପରିବର୍ତ୍ତନ ହେବା ଦ୍ଵାରା ପୃଥିବୀର ଉତ୍ତାପ ବୃଦ୍ଧି ଜନିତ ବିଭିନ୍ନ ଅଂଚଳରେ ଦୁର୍ଭିକ୍ଷ, ଅସ୍ଵାଭାବିକ ବନ୍ୟା, ସମୁଦ୍ର ପତ୍ତନ ବୃଦ୍ଧି ଓ ତାପମାତ୍ରାର ବୃଦ୍ଧି ହେତୁ ମାନବ ସମାଜରେ ଆଶଂକା କାରାଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସମାସ୍ୟାକୁ ଲୋକ ଲୋଚନକୁ ଆଣି ଏହାର ପ୍ରତିକାରାତ୍ମକ ପଦକ୍ଷେପ ନେବା । ଯଦି ଏପରି କରା ନ ଯାଏ ହୁଏତ ଦିନ ଆସିବ ଆମ ଏ ପୃଥିବୀ ଆଉ ବାସୋପଯୋଗି ରହିବ ନାହିଁ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାଇ ଆମ ପୃଥିବୀର ୯୦ ପ୍ରତିଶତରୁ ଅଧିକ ଲୋକ ଜୀବାଶ୍ମ ଇନ୍ଧନ ଯେପରି କି ପେଟ୍ରୋଲ, ଡିଜେଲ, କିରୋସିନ ଓ କୋଇଲା ଆଦିରୁ ନିର୍ଗତ ଅସ୍ୱାସ୍ଥ୍ୟକର ବାୟୁ ନିଶ୍ବାସରେ ନେଉଛନ୍ତି। ତାପମାତ୍ରାର ତାରତମ୍ୟ ଓ ବାତାବରଣର ବିଷମତା ହେତୁ ମଶା ବଂଶ ବୃଦ୍ଧି ପାଇ ମିଶା ଦ୍ବାରା ବ୍ୟାପୁଥିବା ରୋଗ ବିଶେଷ କରି ଡେଙ୍ଗୁ, ଚିକୁନଗୁନିଆ, ମ୍ୟାଲେରିଆ ଆଦି ଅଧୁକ ଅଂଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଇବ।
ବିଶ୍ଵ ଜଳବାୟୁ ଯେଭଳି ଦୃତ ବେଗରେ ପରିବର୍ତ୍ତନ ହେଉଛି ଏହା ଦ୍ଵାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଆମେ ଅନେକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଯେପରି କି ଦୁର୍ଭିକ୍ଷ ଜନିତ ଖାଦ୍ୟାଭାବରୁ ସୁସୁ ସୁଷମ ଖାଦ୍ୟ ନ ପାଇ ଅପପୁଷ୍ଟିର ଶୀକାର ହେବା, ଆମର ରୋଗ ପ୍ରତିରୋଧକ ଶକ୍ତି କମ ହୋଇ ଆମକୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ମାଡି ବସିବ ଓ ରୋଗୀ ସଂଖ୍ୟାରେ ବୃଦ୍ଧି ହୋଇ ଅନେକ ଜୀବନ ହାନୀ ହେବାର ଆଶଂକା ରହିଛି, ଅନେକ ଲୋକ ଅଂଶୁଘାତରେ ଅକ୍ରାନ୍ତ ହେବେ, ବାୟୁ ପ୍ରଦୂଷଣ ଯୋଗୁଁ ଅନେକ ଲୋକ ଶ୍ଵାସ ରୋଗ, ଫୁସଫୁସ କର୍କଟ, ହୃଦ୍ରୋଗ, ମସ୍ତିଷ୍କାଘାତ ଆଦି ରୋଗରେ ପିଡିତ ହୋଇ ମୃତ୍ୟୁ ମୂଖରେ ପଡିବେ, ସମୁଦ୍ର ପତନ ବୃଦ୍ଧି ଓ ବନ୍ୟା ପ୍ଲାବିତ ଅଂଚଳ ବଢିବା ଦ୍ଵାରା ଅନେକ ଲୋକ ବିସ୍ଥାପିତ ହେବେ ଯାହା ଦ୍ଵାରା ସେମାନଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଅଧିକ କଷ୍ଟକର ହେବ ।ତେଣୁ ବେଳହୁଁ ସାବଧାନ ହୋଇ ଆମେ ଆମ ଜଳ, ବାୟୁ ଓ ଖାଦ୍ୟକୁ ସ୍ଵଚ୍ଛ ରଖିବା ପାଇଁ ପଦକ୍ଷେପ ନେଲେ ଆମ ଭବିଷ୍ୟତ ସୁରକ୍ଷିତ ରହିବ । ଏହି ପଦକ୍ଷେପ ଗୁଡିକ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ କୋଇଲା ଆଦି ଇନ୍ଧନ ବ୍ୟବହାର ଯେତେ ସମ୍ଭବ କମ୍ କରି ସ୍ଵଚ୍ଛ ବା ସବୁଜ ଇନ୍ଧନ ବ୍ୟବହାର କରିବା, ମାତ୍ରାଧୂକ ସାର ଓ କୀଟନାଶକ ବ୍ୟବହାର କମ କରି ଜୈବିକ କୃଷିକୁ ଆପଣାଇବା, ପରିବେଶର ଯତ୍ନ ନେବା ସହିତ ପ୍ଲାଷ୍ଟିକ, ପଲିଥୁନ ଆଦି ବ୍ୟବହାର ବନ୍ଦ କରିବା, ବିଦ୍ୟୁତ୍ ଶକ୍ତିର ସଂରକ୍ଷଣ କରି ଏହାର ଅପଚୟକୁ କମ୍ କରିବା, ପାନୀୟ ଜଳ ଉତ୍ସକୁ ସଫା ରଖୁ ଏହାର ସଂରକ୍ଷଣ ଓ ଯଥାଯଥ ବିନିଯୋଗ କରିବା, ବୃକ୍ଷ ରୋପଣ, ସାମାଜିକ ବନୀକରଣ ଓ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ବ ଦେବା, ସୌର ଶକ୍ତି, ବାୟୁ ଶକ୍ତି ଓ ସମୁଦ୍ର ଜୁଆରକୁ ବିକଳ୍ପ ଶକ୍ତି ଉତ୍ସ ଭାବେ ବ୍ୟବହାର କରିବାର ଉପାୟ ବିକଶିତ କରିବା ଆବଶ୍ୟକ। ଏତଦ୍ ବ୍ୟତିତ ଜଳବାୟୁ ପରିବର୍ତନ ଜନିତ ସମସ୍ୟାକୁ ସହ୍ୟ କରିବାକୁ ରୋଗ ପ୍ରତିରୋଧକୁ ଅଧିକ ଗୁରୁତ୍ଵ ଦେବା ଓ ନିରାମୟତା ବଜାୟ ରଖିବାକୁ ସୁଷମ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଯୋଗ, ପ୍ରାଣାୟାମ ଭଳି ସୁସ୍ଥ ଜୀବନ ଶୈଳୀ ଆପଣାଇ ମାଦକ ଦ୍ରବ୍ୟ ବର୍ଜନ ଆଦି ଉପରେ ଧ୍ୟାନ ଦେବା ଆବଶ୍ୟକ ଯେଉଁ ସ୍ଥାନକୁ ପାଦରେ ଚାଲି କରି କିମ୍ବା ସାଇକେଲରେ ଯାଇ ହେବ ସେଠାକୁ ଅନାବଶ୍ୟକ ଭାବରେ ମଟରସାଇକେଲରେ ନଯିବା ଭଳି ଛୋଟ ଛୋଟ ପଦକ୍ଷେପ ନେବା ଦ୍ଵାରା ଆମ ପରିବେଶ ପ୍ରତି ଅନୁକୂଳ ପ୍ରଭାବ ପକାଇବ।
ପରିଶେଷରେ ଏତିକି କୁହାଯାଇ ପାରେ ବାତାବରଣର ସୁରକ୍ଷା ପାଇଁ ସରାକରୀ ନିୟମ, ବଡ ବଡ ଉଦ୍ୟୋଗମାନଙ୍କର ଦାୟିତ୍ଵପୂର୍ଣ୍ଣ ପଦକ୍ଷେପ ଓ ଜନସାଧାରଣଙ୍କର ଦାୟିତ୍ଵପୂର୍ଣ୍ଣ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ, ଯାହା ଆମର ଭବିଷ୍ୟତକୁ ସୁରକ୍ଷିତ ରଖିବା ସହିତ ଆମକୁ ଏକ ସୁସ୍ଥ ବାତାବରଣରେ ବଂଚିବାର ସୁଯୋଗ ଦେବ। ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ଦ୍ଵାରା ଏକ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରାଯିବା ସହିତ ସମସ୍ତ ଜିଲ୍ଲାରେ ଏହି ଦିବସକୁ ବିଭିନ୍ନ ସ୍ତରରେ ଥିବା ସ୍ଵାସ୍ଥ୍ୟ ଅନୁଷ୍ଠାନ ବିଶେଷ କରି ସ୍ଵାସ୍ଥ୍ୟ ଅରୋଗ୍ୟ କେନ୍ଦ୍ରମାନଙ୍କ ଦ୍ଵାରା ଗୋଷ୍ଠୀ ସ୍ତର ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଛି।