() ସୁନ୍ଦର ଏକ ଦୁର୍ବଳତା । ଯାହା ସହଜରେ ସଭିଙ୍କୁ ଆକର୍ଷିତ କରିଥାଏ। ସେ ସୁନ୍ଦର ଫୁଲ ହେଉ ଅବା ନାରୀ କି ପୁରୁଷ । କି କଳ୍ପନାର ରାଇଜର ପରି । ସବୁଥିରେ ଥାଏ ଆକର୍ଷଣ ଆଉ ଦୁର୍ବଳତା। ଯାହା ପ୍ରତ୍ୟେକ ବ୍ୟକ୍ତଙ୍କୁ ଅନ୍ୟ ପ୍ରତି ଆକର୍ଷିତ ହେବାକୁ ପ୍ରବର୍ତ୍ତାଇ ଥାଏ । ପରିବେଶ , ପରିସ୍ଥିତି, ସମୟ ଯେମିତି ସୁନ୍ଦରତାର ବୁଢିଆଣୀ ଜାଲରେ ଆପେ ଆପେ ଛନ୍ଦି ହୋଇଯାଏ । ସୁନ୍ଦର କୃତିମ ହେଉ କି ପ୍ରାକୃତିକ । ମହକ ଥାଉ କି ନଥାଉ। ହେଲେ ତାହା ଯେ ଆକର୍ଷଣୀୟ ଏକଥା ଅଳ୍ପେ ବହୁତ ସମସ୍ତେ ଜାଣନ୍ତି ।
ଲୋକକଥା ଅନୁସାରେ ସବୁ ଚିକ୍ ଚିକ୍ କରୁଥିବା ଜିନିଷ ସୁନା ନହେଲେ ବି ଆମେ ତା ପ୍ରତି ଅଧିକ ଦୁର୍ବଳାତା ପ୍ରକାଶ କରିଥାନ୍ତିି । କରିବା ବି ସ୍ୱଭାବିକ । ଯେମିତି ସୁନ୍ଦର ପ୍ରତି ଆକର୍ଷତ ହେବା ପାଇଁ ଆମ ଆଖି ବାଧ୍ୟ କରେ । ସୁନ୍ଦରରତା ଆପେ ଏମିତି ହଜି ଯାଆନ୍ତି ଯେ କଣ ଠିକ ଭୂଲ ତାହା ବି କେବେ ବିଚାର କରନ୍ତି ନାହିଁ । ହଁ ଏକଥା ସତ ବେଳେବେଳେ ସୁନ୍ଦରକୁ ପାଇବାକୁ କଣ୍ଟକ ରାସ୍ତା ଦେଇ ଆମକୁ ଯିବାକୁ ପଡ଼େ । ପାର ହୋଇଗଲେ ଭଲ , ନହେଲେ ଯନ୍ତ୍ରଣା ହିଁ ଯନ୍ତ୍ରଣା ମିଳିଥାଏ । ଯେମିତି ଗୋଲାପ ଫୁଲ । ଭାରୀ ସୁନ୍ଦର ଓ ଆକର୍ଷଣ ବି । ଯଦି ଏହାକୁ ଆମେ ଠିକ ସେ ନ ତୋଳିବା ଅବା ଅସାବଧାନତାରେ ଧରିବା ତାହାଲେ ହାତରେ କଣ୍ଟା ଫୁଟି ରକ୍ତ ବାହାରିବ ଓ ଯନ୍ତ୍ରଣା ବି ହେବ । ଠିକ ସେହିପର ହଳଦି ପରି ଚକଚକ କରୁଥିବା ପିତଳ ବସ୍ତୁକୁ ଯଦି ଆମେ ଚିହ୍ନି ନପାରି ସୁନା ଭାବିବା , ତେବେ ଆମେ ଠକାମୀରେ ପଡିଯିବା । ନାରୀ ହୁଅନ୍ତୁ କି ପୁରୁଷ । ସୁନ୍ଦର ଚେହେରା ଦେଖି ଅନେକ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି । ହେଲେ ହୃଦୟ ଭିତରେ ସେତିକି ନିର୍ମଳତା ଅଛି କି ନାହିଁ , ତାହାକୁ କେବେ କେହି ବିଚାର କରିନ୍ତି ନାହିଁ । ଯେଉଁଥିପାଇଁ ଆଜି ସମାଜରେ ଅନେକ ଆଚମ୍ବିତ କଲା ପରି ଖବର ଶୁଣିବାକୁ ମିଳୁଛି ଓ ଦେଖିବାକୁ ବି ।
ଏହି କିଛି ଦିନ ଭିତରେ ଘଟିଥିବା ଦୁଇଟି ଘଟଣାକୁ ନେଇ ସମାଜରେ ଏପରି ଚର୍ଚ୍ଚା ହେଉଛି । ହୁଏତ ଏ ଚର୍ଚ୍ଚା କେବଳ ଗୁଲି ଖଟି ପରି । ଏସବୁ ପାଇଁ ଆମେ ସୁନ୍ଦରତାକୁ ଦାୟୀ କରିପାରିବା ନାହିଁ । ସବୁ ସୁନ୍ଦର ଭିତରେ ଯେ ଏମିତି ଘଟଣା ଯୋଡି ହୋଇଥାଏ ତାହା ବି ନୁହେଁ । ହେଲେ କିଛିଙ୍କ ଭିତରେ ଥାଏ । ଯେମିତି ଗୋଲାପ ଓ ମଲ୍ଲୀ । ସୁନ୍ଦରତା ପରିଭାଷା ହୁୂଏତ ଏବେ ବଦଳିଛି ଏସବୁ ଘଟଣା ପାଇଁ । ହେଲେ ସଭିଁଙ୍କ ମନରେ କିନ୍ତୁ ସୁନ୍ଦର ପ୍ରତି ଯେମିତି ଦୁର୍ବଳତା ଓ ଆକର୍ଷଣ ଥିଲା । ତାହା ରହିଛି ଓ ଆଗକୁ ବି ରହିବ ।