ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ମହିଳା ତଥା ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ ଦେହାନ୍ତ ହୋଇଛି l ତାଙ୍କ ଦେହାନ୍ତ ଖବର ମିଳିବା ପରେ ପୁରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି l ରବିବାର ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି l ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି l ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭଗବାନ ତାଙ୍କ ଆତ୍ମର ସଦଗତି କାମନା କରିଛନ୍ତି l ସେହିପରି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି l ଏହାସହ ଓଡିଶାର ପ୍ରଥମ ମହିଳା ଭାବେ ତାଙ୍କର ପରୋପକାରୀ ମନଭାବ ସବୁବେଳେ ମନେ ରହିବ ବୋଲି ସେ କହିଛନ୍ତି l ଭଗବାନଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି l
ସୂଚନା ଅନୁସାରେ ନଭେମ୍ବର 1ରେ କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସା ହେଉଥିଲେ l