{ }ବିଜେଡି ସରକାର ପଞ୍ଚାୟତ ରାଜ ବ୍ୟବସ୍ତା ମାଟିରେ ମିଶେଇ ଦେଇଛନ୍ତି। ପଞ୍ଚାରାଜ ବ୍ୟବସ୍ଥାରେ ସରପଞ୍ଚ ସବୁ ନିଷ୍ପତ୍ତି ନେବାର କ୍ଷମତା ରହିଛି। କିନ୍ତୁ ନବୀନ ସରକାର ତାଙ୍କ ହାତରୁ କ୍ଷମତା କାଢି ନେଇଛନ୍ତି। ସରପଞ୍ଚ ମାନଙ୍କୁ ବିଡିଓଙ୍କ ଅଧସ୍ତନ କରିଦିଆଯାଇଛି। ବିଡ଼ିଓଙ୍କ ବିନା ଅନୁମତିରେ ସେମାନେ କୌଣସି ନିଷ୍ପତି ନେଇ ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ କହୁଛନ୍ତି, ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୋଜଣା ପରେ ଯୋଜନା କରୁଛନ୍ତି। କିନ୍ତୁ ବିଜେଡିର ନେତା ମନ୍ତ୍ରୀ ବିଧାୟକ ସରପଞ୍ଚ ମାନଙ୍କୁ କାଠ କଣ୍ଢେଇ କରି ଟଙ୍କା ହରିଲୁଟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେ କି ? ବିଜେଡି କହୁଛି ରାଜ୍ୟରେ ଦୁର୍ନୀତିମୁକ୍ତ ସରକାର। କିନ୍ତୁ ତାଳୁରୁ ତଳିପା ପିସି କାରବାର ଚରମସିମାରେ। ସେପଟେ ରଜ୍ୟ ସରକାର ପଂଚାୟତ ନିର୍ବାଚନ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ତାହା ଦଳକୁ ଶୁହାଇଲା ପରି କରିଛନ୍ତି। ପୁରାପୁରି ପକ୍ଷପତିତା କରାଯାଇଛି। ଅନେକ ପଂଚାୟତରେ ଓବିସି କ୍ୟାଟେଗରି ପାଇଁ ବ୍ୟବସ୍ଥା ନାହିଁ। st/sc ପାଇଁ ମଧ୍ୟ ଟାକୁଟଲ ନୀତି ଅବଳମ୍ବନ କରିଛି।
କଂଗ୍ରେସ ପଞ୍ଚାୟତ ନିର୍ବାଚନ ନଜରରେ ରଖି ପ୍ରତିଟି ପଂଚାୟତ ପାଇଁ ଇସ୍ତାହାର ଜାରି କରିବ।
ଆସନ୍ତା କାଲି ନିର୍ବାଚନ କମିଶନ ପକ୍ଷରୁ ଡ଼କାଯାଇଥବା All ପାର୍ଟି ମିଟିଂରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି।