{}ଓଡ଼ିଶା ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଯୋଗାଇ ଦିଆ ଯାଉଥିବା ସ୍ୱାସ୍ଥ୍ୟ ବୀମା ରାଶି ର ପରିମାଣ ବୃଦ୍ଧି ସହିତ ପେନସନ ଯୋଜନା ଲାଗୁ କରିବା ପାଇଁ ଓୟୁଜେ ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଧାୟକ ତଥା ବିଜେଡି ସାଙ୍ଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସକୁ ଆଜି ଓୟୁଜେ ଦେବଗଡ଼ ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ସିଧେଶ୍ୱର ଗୁରୁ ଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ସର୍କିଟ ହାଉସ ଠାରେ ସାକ୍ଷାତ କରି ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ଦିଆଯାଉଥିବାବୀମା ରାଶି ପରିମାଣ ଦୁଇ ଲକ୍ଷ୍ୟ ରୁ ପାଞ୍ଚ ଲକ୍ଷ୍ୟ କୁ ବୃଦ୍ଧି ଏବଂ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ କରିବା ସହ ଅଵସର ପାପ୍ତ ସାମ୍ବାଦିକ ଙ୍କୁ ୨୦ହଜାର ଟଙ୍କା ପେନସନ ପ୍ରଦାନ ପାଇଁ ଦାବିପତ୍ର ରେ ଉଲେଖ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀ ରେ ଶ୍ରୀ ଗୁରୁ ଙ୍କ ସହିତ , ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ,ବ୍ରିଜେଶ ରଞ୍ଜନ ସାହୁ, ସତ୍ୟ ନାରାୟଣ ମିଶ୍ର, ଅନୁଜ କୁମାର ପ୍ରଧାନ, ସଂଜୀବ ପାଣିଗ୍ରାହୀ ଓ ନିର୍ମାଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗାଇ ଦେଉଥିବା ବୀମା ରାଶି ପରିମାଣ ସାମ୍ବାଦିକ ଙ୍କ କ୍ଷେତ୍ରରେ ଅତି ନଗଣ୍ୟ ଥିବାରୁ ଏହାର ବୃଦ୍ଧି ଆବଶ୍ୟକତା ଥିବା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି।