ସୁଡା ର ନୂତନ ୱେବ ପୋର୍ଟାଲ ଉଦ୍‌ଘାଟିତ…

- Advertisement -

() ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ସହରାଚଂଳ ଉନ୍ନୟନ ସଂସ୍ଥା (ସୁଡା)ର ନୂତନ ୱେବ ପୋର୍ଟାଲ ଉଦ୍‌ଘାଟିତ..

{} ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଆଜି ନଗରଉନ୍ନୟନ ବିଭାଗ ଅଧିନସ୍ଥ ସହରାଚଂଳ ଉନ୍ନୟନ ସଂସ୍ଥା ପରିଦର୍ଶନ କରିଥିଲେ । ଏହି ଅବସରରେ ସହରାଚଂଳ ଉନ୍ନୟନ ସଂସ୍ଥାର ନୂତନ ପୋର୍ଟାଲ ଉଦ୍‌ଘାଟନ କରିବା ସହିତ ସଂସ୍ଥା ତରଫରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ ।

ସୁଡାର ନିର୍ଦ୍ଦେଶକ ତଥା ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ସଂସ୍ଥାର କାର୍ଯ୍ୟାବଳୀ ସଂପର୍କରେ ଅବଗତ କରାଇ ଥିଲେ । ଏହି ସଂସ୍ଥା ହେଉଛି ଗୃହ ଓ ନଗରଉନ୍ନୟନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ମାନବ ସମ୍ବଳ ଠାରୁ ଆରମ୍ଭ କରି ବୈଷୟିକ ସହାୟତା ଯୋଗାଇ ଦେବା , ଗୋଷ୍ଠୀ ସହଭାଗୀତା ଓ ସମନ୍ୱୟ , ଆହାର କେନ୍ଦ୍ର ପରିଚାଳନା , ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଆସୁଛି ।

୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର ବର୍ତମାନ ୧୧୫ ଟି ପୌରାଚଂଳରେ ୧୬୭ ଟି କେନ୍ଦ୍ର ମାଧାମରେ ଦୈନିକ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ୧୬୩ ମହିଳା ସୟଂସହାୟକ ଗୋଷ୍ଠୀ ନିୟୋଜିତ ହୋଇଛିନ୍ତି । ସେମାନେ ୭୯.୮ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟକରିଛନ୍ତି ଓ ସେଥି ପାଇଁ ସେମାନଙ୍କୁ ୮.୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମୁକ୍ତା ଯୋଜନାରେ ୧୬ ହଜାରରୁ ଅଧିକ ମହିଳା ସ୍ୱୟଂ ସହାକ ଗୋଷ୍ଠୀ ସଂପୃକ୍ତ ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୪୪୫୦୦ ପ୍ରକଳ୍ପ ନିର୍ମାଣ କରିଛନ୍ତି । ୬ ଲକ୍ଷରୁ ଅଧିକ ଶ୍ରମିକ ଉପକୃତ ହୋଇଛନ୍ତି ଏବଂ ମଜୁରୀ ବାବଦକୁ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ପଣ୍ଡା ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ସେହିପରି ସାମାଜିକ ସଂଚାଳନ କ୍ଷେତ୍ରରେ ୩୫୦୪୯ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧୨୮୫ ଏରିଆ ଲେବଲ୍ ଫଡେରେସନ ଗଠନ କରାଯାଇପାରିଛି । ୧୧୪ ଟି ସହରାଚଂଳରେ ଏକ ଲକ୍ଷ ୫ ହଜାର ୪୮୧ ଜଣ ରାସ୍ତା ପାଶ୍ୱର୍ ଉଠାଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର )ଙ୍କୁ ଚିହ୍ନଟ କରାଯାଇ ୧୬୦୫୮ ଜଣଙ୍କୁ ଆଇ କାର୍ଡ ପ୍ରଦାନ କରାଯାଇଛି ଏବଂ ଅନ୍ୟମାନଙ୍କୁ ପ୍ରଦାନ ବ୍ୟବସ୍ଥା ଜାରୀ ରହିଛି । ସହରାଚଂଳରେ ୪୪ ଟି ସହରୀ ବାସହୀନ ଗରିବ ଲୋକଙ୍କ ଆଶ୍ରୟ ସ୍ଥଳୀ କାର୍ଯ୍ୟ କ୍ଷମ ଥିବା ବେଳେ ଆଉ ୫ ଟି ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏବଂ ୨ ଟି ନିର୍ମାଣାଧୀନ ଅଛି । ୩୦୦ କିନ୍ନରଙ୍କୁ ନଗରଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହିତ ୩୮ ଜଣଙ୍କୁ ବିଭିନ୍ନ ପୌରପରିଷଦରେ ସହାୟକ କର୍ମଚାରୀ ଭାବ ନିୟୋଜିତ କରାଯାଇଛି । ୭୪୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଜଳସାଥୀ ଭାବେ ନିୟୋଜିତ ହୋଇଛନ୍ତି । ସେମାନେ୍ ୩.୬୪ ଲକ୍ଷ ଉପଭୋକ୍ତାଙ୍କ ୫୩.୦୬ କୋଟି ଟଙ୍କା ରାଜସ୍ୱ ଆଦାୟ କରି ୩.୮୦ କୋଟି ଟଙ୍କା ଆଦାୟ କରି ପାରିଛନ୍ତି । ସେଥି ପାଇଁ ସେମାନଙ୍କୁ ୩.୮୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ ।

………..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles