( )ଦୀର୍ଘ ଦିନ ପରେ 100ତଳକୁ ଖସିଛି ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ସଂଖ୍ୟା। ରାଜ୍ୟର 20ଜିଲ୍ଲାରେ ମୋଟ 171ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧରୁ ମାତ୍ର 61ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ପାଇଁ 50ତଳକୁ ଖସିଛି। ଏଥିପାଇଁ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ପାର୍ବଣ ଭିତରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିବା ବେଳେ ଲୋକେସଚେତନ ହୋଇ କଟକଣାକୁ ମାନିଥିବାରୁ ଏହି ସ୍ଥିତି ସମ୍ଭବ ହୋଇପାରିଛି। ତଥାପି ଏବେ ଅବହେଳା ନକରି ଅନୁଶାସନ ଭିତରେ ରହି ସଂକ୍ରମଣ ସଂଖ୍ୟାକୁ ଶୁନରେ ପହଞ୍ଚାଇବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।