() ଆଳୁର ବର୍ଦ୍ଧିତ ଦର ଅଭାବକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର। ଆଳୁର ଅଭାବ କୁ ଦେଖି ଅପରାହ୍ନ ୩ ଟା ରେ ଜରୁରୀ କାଳୀନ ବୈଠକ ଡାକିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଏ ନେଇ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନ ହେଉଛି ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଜି ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ। ଆମେ ଅନୁଧ୍ୟାନ କରିଛୁ ମାର୍କେଟ ରେ ଆଳୁ ରେଟ କମ ଅଛି । ମୁଁ 5 କେଜି ଆଳୁ ଆଣିଛି 135 ଟଙ୍କା ରେ । ଗୋଦାମ ଉପରେ ମୁଁ ଚଢ଼ାଉ କରିଥିଲି ସେଠି 27 ଟଙ୍କା ରହିଛି ଦାମ । ସେହି ଅନୁଯାୟୀ ରିଟେଲ 32 ଟଙ୍କା ରହିବ କଥା । ମୁଁ ସମସ୍ତ ଙ୍କୁ ଅପିଲ କରୁଛି କେହି 32 ଟଙ୍କା ରୁ ଅଧିକ ଟଙ୍କା ରେ ଆଳୁ କେଜି ବିକନ୍ତୁ ନାହିଁ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅସାଧୁ ବ୍ୟବସାୟୀ ଙ୍କୁ ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ।
ରାଜ୍ୟରେ 25 ଲକ୍ଷ ରୁ ଉର୍ଦ୍ଧ ଭୁତ ରାସନ କାର୍ଡ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର eky ସିଷ୍ଟମ ରାଜ୍ୟ ସରକାର ଆପଣେଇଛନ୍ତି । ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଆମେ କାଟିବୁ । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ କାର୍ଡ ଯୋଗାଇ ଦେବୁ ।