ଭୂତାଣୁର ବାସ୍ତବ ସଂଖ୍ୟା କଣ ଏହାକୁ ଯାଞ୍ଚ କରୁଛି ଟେକ୍ନିକାଲ ବିଭାଗ…

- Advertisement -

( )  NCDC ଓ CDC ଗାଇଡ଼ଲାଇନ ଅନୁସାରେ ଏ ଭୂତାଣୁର ବାସ୍ତବ ସଂଖ୍ୟା କଣ ତାକୁ ଟେକ୍ନିକାଲ କମିଟି ଯାଞ୍ଚ କରୁଛି । ବର୍ତମାନ ସୁଦ୍ଧା ଆମ ପାଖରେ ଏହା ଗୁରୁତର ବୋଲି କୌଣସି ତଥ୍ୟ ନାହିଁ । ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ । ଟୀକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ । ଓମିକ୍ରନ ଉପରେ ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ଡେ଼ଲ୍ଟା ଭାଇରସ ଯେତେବେଳେ ଆସିଥିଲା, ଏମିତି ଚର୍ଚ୍ଚା ହେଉଥିଲା । କିନ୍ତୁ ଆମର ସେମିତି କିଛି ଘଟି ନଥିଲା । ସେହିଭଳି ଏବେ ଓମିକ୍ରନ୍ ମଧ୍ୟ ନୂଆ ଭରିଆଣ୍ଟ ହୋଇ ଆସିଛି । ହେଲେ ବର୍ତମାନ ଯାଏ ଭାରତରେ ଏହା ଚିହ୍ନଟ ହୋଇନାହିଁ । ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଆନ୍ତର୍ଜାତିକ କ୍ୱାରେଣ୍ଟିନ ଗାଇଡ଼ଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ସେମାନଙ୍କ ଉପରେ କଡା ନଜର ରଖାଯାଉଛି । ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ । ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍ସି ଚାଲିଛି । ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ୱେନ୍ସିଂ ନିଶ୍ଚୟ କରାଯିବ । ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରାଯାଉଛି । କରୋନାକୁ ପ୍ରତିହତ କରିବା ଲାଗି ଟୀକାକରଣ ହି ମୁଖ୍ୟ ଅସ୍ତ୍ର । ଯେଉଁମାନେ ଟୀକା ନେଇନାହାନ୍ତି, ଶୀଘ୍ର ଟୀକା ନିଅନ୍ତୁ । ନୀତି ଆୟୋଗ ତରଫରୁ ମଧ୍ୟ କୁହାଯାଇଛି, କରୋନାର ମୁଖ୍ୟ ଢାଲ ହେଉଛି, ମାସ୍କ । ତାହା ସହ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ କରାଇବା ।ଯଦି ରାଜ୍ୟରେ ଓମିକ୍ରନ୍ ପଜିଟିଭ ବାହାରିବ, ଟେଷ୍ଟିଂ, ଟ୍ରାକିଂ କରିବା ସ୍ୱାସ୍ଥ୍ୟ ବିଭାଗର କାମ, ବିଭାଗ କରିବ । ହକି ଲାଗି ଯେତିକି ବିଦେଶୀ ଖେଳାଳି ଆସିଛନ୍ତି, ସମସ୍ତଙ୍କର ଟେଷ୍ଟ କରାଯାଇଛି । ଏ ବାବଦରେ ଅଧିକ ତଥ୍ୟ ହକି ଇଣ୍ଡିଆ ଦେଇପାରିବ ।
ବାଇଟ- ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles