ଭୁବନେଶ୍ୱର : ସ୍ୱାଭାବିକ ଭାବେ ଆରମ୍ଭ ହେଲା ବିଧାନସଭା। ପ୍ରଶ୍ନକାଳ ବାତିଲ କୁ କଂଗ୍ରେସର ବିରୋଧ। ପ୍ରଶ୍ନକାଳ ବାତିଲ କରିବା ଦୁଃଖ ଦାୟକ।ଏଥିରେ ମୁଁ ସହମତି ନୁହେଁ। ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ବିବୃତ୍ତି ରଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର
ଆରମ୍ଭ ହେଲା ଗୃହ କାର୍ଯ୍ୟ।ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ନାହିଁ। ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ନ ଉଠାଇ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ।ଜଣେ ଲେଖାଏଁ ସଦସ୍ୟ ୭ ରୁ ୮ ମିନିଟ କହିବାକୁ ବାଚସ୍ପତିଙ୍କ ପରାମର୍ଶ। ପ୍ରଶ୍ନକାଳ ବାତିଲ ନିଷ୍ପତିକୁ କଂଗ୍ରେସ ବିଧାୟକଦଳ ନେତାଙ୍କ ବିରୋଧ।ଏହା ଗ୍ରହଣୀୟ ନୁହେଁ।ଆମ ଅଧିକାର କ୍ଷୁର୍ଣ୍ଣ ହେଉଛି
କୋଭିଡ ସମୟରେ ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଘଟଣାର ତଦନ୍ତ ହେଲାନାହିଁ। କିନ୍ତୁ ସମ୍ପୃକ୍ତ ଡାକ୍ତର ଙ୍କୁ ବଦଳି କରାଗଲା। ଘଟଣା ର ଅନୁସନ୍ଧାନ କରନ୍ତୁ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବ୍ୟାପକ ଦୁର୍ନୀତି, କୋରନା ସ୍ଥିତି ବିଗିଡିବା,ଡ୍ରଗସ ମାଫିଆ ସକ୍ରିୟ,ବେକାରୀ ଓ ଦାଦନ ସମସ୍ୟା ଉଠାଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର।
ପ୍ରଶ୍ନକାଳ ବାତିଲ ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ…
ବାଚସ୍ପତି ଗୃହରେ ଚେୟାର ବସି ପ୍ରଶ୍ନକାଳ ବାତିଲ ହେଲା ବୋଲି କହିପାରିଥାନ୍ତେ । କିନ୍ତୁ ଘରେ ବସି କହିଲେ । ଯାହା ବିଧିକୁ ଖୁର୍ଣ୍ଣ କରୁଛି
ଲିଖିତ ପ୍ରଶ୍ନ ନ ମାଗିବାରୁ କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା। ଏହା ପରମ୍ପରା ବିରୋଧୀ। ବିଲ ଭଳି ବିଷୟକୁ ସଂଗେ ସଂଗେ ପାସ କରିବାକୁ ନାପସନ୍ଦ କଲେ ବିରୋଧୀ ଦଳ ନେତା। ପ୍ରବାସୀ ଶ୍ରମିକଙ୍କ କଥା ଉଠାଇଲେ ବିରୋଧୀ ଦଳ ନେତା। ତାଙ୍କୁ ରାଜ୍ୟରେ ସରକାର ରଖିପାରିଲେନି। କାମ ଦେଇପାରିଲେନି। ବାହାର କମ୍ପାନୀ 80 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା କଥା। କିନ୍ତୁ ମିଳୁନି। ଓଡ଼ିଶାରେ ପ୍ଲାଷ୍ଟିକ କାରଖାନା ଟିଏ ନାହିଁ। ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।
ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା—-
ପ୍ରଶ୍ନକାଳ ବାତିଲ ନେଇ ଉଦବେଗ। ବିଶ୍ୱବିଦ୍ୟାଳୟ bill କୁ ବିରୋଧ।ପ୍ରବାସୀ ଓଡ଼ିଆଙ୍କୁ କାମ ନ ମିଳିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସାଢେ 16 ଲକ୍ଷ ଲୋକଙ୍କୁ କୌଣସି କାମ ଯୋଗାଇ ପାରି ନାହାନ୍ତି ସରକାର। ଜଳ ସେଚନରେ ବିଫଳ ହୋଇଛନ୍ତି। କୋଭିଡ ସମୟରେ ସାରା ରାଜ୍ୟରେ ପ୍ରବାସୀ ମାନେ ଫେରିଥିଲେ କିନ୍ତୁ ଯେପରି ରଖିବା କଥା ସରକାର ରଖିପାରିଲେନି ।ବାହାର ରାଜ୍ୟକୁ ଗଲେ କାମ ମିଳିବ ବୋଲି ବିଶ୍ୱାସ ରଖି ଯାଉଛନ୍ତି। ଓଡ଼ିଶାରେ ଫ୍ୟାକ୍ଟ୍ରିଟେ ହୋଇ ପାରିଲାନି।ସାମାନ୍ୟ ଜିନିଷ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି।ରାଜ୍ୟର କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହୋଇ ନପାରିଥିବା କହି ସମାଲୋଚନା କଲେ ବିରୋଧୀଦଳ ନେତା।କର୍ମ ସଂସ୍ଥାନ ଯୋଗାଇଥିଲେ ବାହାରକୁ ଯାଇନଥାନ୍ତେ ଓଡିଶା ଲୋକ। ୧୬ ଲକ୍ଷ ଯୁବକ ଯୁବତୀ କାମ ନପାଇ ବେକାର ହୋଇ ବୁଲୁଛନ୍ତି।
କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି ସରକାର।ପ୍ରଶ୍ନ ପଚାରାଯାଉଥଲେ ବି ତଥ୍ୟ ସଂଗ୍ରହ କରାଯାଉଛି କହୁଛନ୍ତି ସରକାର। ଲୋକ ମରୁଛନ୍ତି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି।ପ୍ରତିଦିନ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି।ସରକାର କହୁଛନ୍ତି ୩ ହଜାର ରୁ ୪ ହଜାର।ଟେଷ୍ଟ କମୁଛି।ବିଧାନସଭାରେ ପ୍ରଥମ ଦିନରେ ୭୫୭ ହେଲା ୧୩୬ ପଜିଟିଭ।ଦ୍ୱିତୀୟ ଦିନରେ ୪୮ ପଜିଟିଭ।ମୋଟ ୧୦୩୭ ଟେଷ୍ଟ ହୋଇଥିଲା ୧୮୪ ପଜିଟିଭ।ଯାହାକି ହାରାହାରି ୧୮ ପ୍ରତିଶତ ପଜିଟିଭ।ଏହି ତଥ୍ୟକୁ ଦେଖିଲେ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ।କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତୁ।କେତେ ଟିଏମସି ହେଲା,କେତେ ଖର୍ଚ୍ଚ ହେଲା,ଟିଏମସି ରେ କେତେ ଟେଷ୍ଟ ହେଲା ସେ ତଥ୍ୟ ଦେଉନାହାନ୍ତି। ପ୍ରତି ବ୍ଲକରେ ଦୈନିକ 500 ଓ ଜିଲ୍ଲାରେ 5ହଜାର କୋବିଡ ପରୀକ୍ଷା କରିବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜା
ସଂସଦରେ ବି ପ୍ରଶ୍ନ ଉତ୍ତର ବାତିଲ ହୋଇଛି କୋରନାର କଠିନ ସମୟରେ। ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ହେଉଛି। ଫନି ହୋଇଛି କରନା ହୋଇଛି। ବନ୍ୟା ହେଲା। ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ସବୁ କରୁଛନ୍ତି। ହେଲେ ଶୁଣିବାକୁ ମିଳୁଛି, ଫନି ସମୟର ସହାୟତା ମିଳିନି। ବନ୍ୟା ସମୟ ସହାୟତା ଦିଆଗଲା। 50 କେଜି ଚାଉଳ ଆସିଲା। ହେଲେ ଚାଷୀ ନ ପାଇଥିବା ଅଭିଯୋଗ କରୁଛନ୍ତି। ବଡ଼ଚନା ବ୍ଲକରେ ବନ୍ଦୋବସ୍ତ ଓ ଚକବନ୍ଦୀ କାମ ସରିନି। ସେଠି ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଥିବା କହୁଛନ୍ତି। ଆପଣଙ୍କ ଜରିଆରେ ରାଜସ୍ୱ ମନ୍ତ୍ରୀଙ୍କୁ ବୈଠକ ଡ଼ାକିବାକୁ ଅନୁରୋଧ କରୁଛି।
ଅମର ପ୍ରସାଦ ଶତପଥୀ
ବିଜେଡି ବିଧାୟକ
କୋରନା ସମୟରେ ଗୃହରେ ବିବରଣୀ ରଖିବାକୁ ସମସ୍ତ ସଦସ୍ୟଙ୍କୁ ଅଂଶଗ୍ରହଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ଅଫିସର ଗ୍ୟାଲ୍ଲେରୀ, ଖାରବେଳ ଭବନ ଓ ଲୋକସେବା ଭବନ ରାଜସ୍ୱ କନ୍ଫରେନ୍ସ ହଲରେ ଉପସ୍ଥିତ ରହିବାକୁ କାହାଯାଇଛି। ଏହା ଭବିଷ୍ୟତର ପରମ୍ପରା ହେବ ନାହିଁ। କୋଭିଡ ଦୃଷ୍ଟିରୁ ଚଳିତ ଅଧିବେଶନରେ ସଦସ୍ୟ ଓ ସଦସ୍ୟା ଅଂଶ ଗ୍ରହଣ କରିବାକୁ ବ୍ୟବସ୍ତା କରାଯାଇଛି।ଯେଉଁ ବିଭାଗର ଆଲୋଚନା ଥିବା ସେହି ବିଭାଗର ଅଧିକାରୀ ମାନେ ଖାରବେଳ ଭବନ ,ଲୋକସେବା ଭବନ ଗ୍ରାମ ୟୁନ୍ନୟନ ସମ୍ମିଳନୀ କକ୍ଷ।ଏହା ଭବିଷ୍ୟତର ପରମ୍ପରା ଭାବେ ଗ୍ରହଣ କରାଯିବନି।ଗୃହରେ ଘୋଷଣା କଲେ ବାଚସ୍ପତି
ସୂର୍ଯ୍ୟ ପାତ୍ର, ବାଚସ୍ପତି
ମାସ୍କ ଦୁର୍ନୀତି ଲୋକୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି। ଯିଏ ଦୋଷୀ ତାଙ୍କୁ ରାଜ୍ୟ ସରକାର ଦଣ୍ଡ ଦେବେ ବୋଲି ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବୃତି ରଖିଲେ । ଗୃହରେ ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିବୃତି। ମୁଲତବୀ ନୋଟିସ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତି।ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ନିୟନ୍ତ୍ରଣ ଭିତରେ ରହିଛି। ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି। ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮।ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରରେ ଥିଲା।କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କୋଭିଡ କିଟ କ୍ରୟ ରେ ଦୁର୍ନୀତି ଅଭିଯୋଗ ଆସିଥିଲା।ଦୁର୍ନୀତି ଅଭିଯୋଗ ବିଚାର୍ରାଧୀନ ରହିଛି।ତଦନ୍ତ ଚାଲିଛି ।ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ହେବ।
ଗୃହରେ ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିବୃତି। ମୁଲତବୀ ନୋଟିସ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତି।ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ନିୟନ୍ତ୍ରଣ ଭିତରେ ରହିଛି। ରାଜ୍ୟରେ ମୋଟ ସକ୍ରିୟ କେଶ 36 ହାଜରରୁ ଉର୍ଦ୍ଧ୍ବ ।ରାଜ୍ୟରେ 29 ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି 7348 ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି। ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮।ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରରେ ଥିଲା।କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।
କୋଭିଡ କିଟ କ୍ରୟ ରେ ଦୁର୍ନୀତି ଅଭିଯୋଗ ଆସିଥିଲା।ଦୁର୍ନୀତି ଅଭିଯୋଗ ବିଚାର୍ରାଧୀନ ରହିଛି।ତଦନ୍ତ ଚାଲିଛି ।ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ହେବ।
ନବ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ