ଭୁବନେଶ୍ୱର : ସୀମାବିବାଦ ପ୍ରସଙ୍ଗରେ ମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତି। କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ। 21 ଟି ଗାଁ ରେ ଏହି ସମସ୍ୟା ରହିଛି। ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି। ଜିଲ୍ଲାପାଳ ଓ ଆର ଡି ସି ଙ୍କ ତତ୍ୱବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ମଧ୍ୟ କିଛି ସମସ୍ୟା ରହିଛି। 9 ଟି ଗାଁରେ ସମସ୍ୟା ରହିଛି। ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ହୋଇଛି। ଝାଡ଼ଖଣ୍ଡ ସହିତ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାର ବିବାଦ ରହିଛି। ତେବେ ସମୟପଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି।