ପରୀର ହେବ କ୍ରାଇମ୍ ବ୍ରାଞ୍ଚ ତଦନ୍ତ….

- Advertisement -

ଭୁବନେଶ୍ୱର :ଗୃହରେ ବାଚସ୍ପତିଙ୍କ ରୁଲିଙ୍ଗ ଉପରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏ.ଜି. ଛକରୁ ସଚିବାଳୟ ମାର୍ଗ ଏକ ସାର୍ବଜନୀକ ରାସ୍ତା ଅଟେ । ବିଧାନସଭାର ସୁରକ୍ଷା ପାଇଁ ସବୁ ପ୍ରସ୍ତୁତି ସହିତ ସୁରକ୍ଷା ବଳୟର ପରିଦର୍ଶନ କରାଯାଇଛି। ଗତକାଲି ନୟାଗଡ ଜିଲ୍ଲା

ଯଦୁପୁର ଗ୍ରାମର ଶ୍ରୀ ଅଶୋକ କୁମାର ସାହୁ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ପୁର୍ବାହ୍ନ ପ୍ରାୟ ୧୦ ଘଟିକା ୪୫ ମିନିଟ
ସମୟରେ ସଚିବାଳୟ ରାସ୍ତାର ବିଧାନସଭା ଅଭ୍ୟର୍ଥନା କକ୍ଷ ସମ୍ମୁଖରେ ଚାଦର ଘୋଡାଇ ହୋଇ ଆସି ତାଙ୍କ ସାଙ୍ଗରେ
ବୋତଲରେ ଆଣିଥିବା କିରୋସୀନ୍ ତାଙ୍କ ଉପରେ ଢାଳୁଥିବାବେଳେ ତାହା ବିଧାନସଭା ପାଇଁ ନିୟୋଜିତ ନିରାପତ୍ତା ପୋଲିସ କର୍ମଚାରୀଙ୍କ ନଜରକୁ ଆସିଥିଲା । ତତ୍‌କ୍ଷଣାତ ପୋଲିସ କର୍ମଚାରୀମାନେ ସେମାନଙ୍କଠାରୁ ବୋତଲରେ ଥିବା
କିରୋସୀନ୍ ଜବତକରି କୌଣସି ପ୍ରକାର ଆତ୍ମଦାହ କରିବା ପୂର୍ବରୁ ତାଙ୍କୁ ପୋଲିସ ହେପାଜତକୁ ନେଇଯାଇଥିଲେ ।
ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାର ଫାଣ୍ଡିକୁ ନିଆଯାଇଥିଲ ।
ସେମାନଙ୍କୁ ପଚରାଉଚରା କରିବାରେ କଣାପଡିଲା ଯେ ଶ୍ରୀ ଅଶୋକ କୁମାର ସାହୁ , ଗ୍ରାମ:ଯଦୁପୁର,
ଥାନା: ସଦର, ଜିଲ୍ଲା: ନୟାଗଡ ତାଙ୍କ ୫ ବର୍ଷର ଝିଅ ନିଖୋଜ ଥିବାରୁ ଲିଖିତ ଭାବେ ଜଣାଇଥିଲେ ।
ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ନୟଗଡ ସଦର ଥାନା ମୋକଦ୍ଦମା ସଂଖ୍ୟା- ୯୮ ତା.୧୪.୦୭.୨୦୨୦ ରିଖ
ଦଫା ୩୬୩ ଆଇ.ପି.ସି ପରିବତ ଦଫା ୩୬୩ / ୩୬୪/ ୩୦୨/୨୦୧ ଅଇ.ପି.ସିରେ ମୋକଦ୍ଦମା ରୁକୁ
ହୋଇଥିଲା । ସବ୍ ଇନିସ୍ପେକ୍ଟର, ଏସ୍.କେ. ଦାସଙ୍କୁ ତଦନ୍ତଭାର ଦିଆଯାଇଥିଲା । ଝିଅର ଅନୁସନ୍ଧାନ ପାଇଁ
ଭି.ଏଚ୍.ଏଫ. ଦାର୍ଜୀ ମାଧ୍ୟମରେ ସମସ୍ତ ଥାନାକୁ ଜଣାଇ ଦିଆଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା ।
Criminal Intelligence Gazette (CIG) ରେ ପ୍ରକାଶନ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଗଲା । ସନ୍ଧାନୀ ପୋଲିସ କୁକୁର
ମଧ୍ୟ ନିୟୋଜିତ କରାଗଲା ।
ତା: ୨୩.୦୭.୨୦୨୦ ରିଖ ଅପରାହ୍ନ ୪ ଘଟିକା ୨୦ ମିନିଟ୍ ସମୟରେ ଅଭିଯୋଗକାରୀ ତାଙ୍କ ଘର ପଛ
ଗ୍ରାମ୍ୟ ପୋଖରୀର ଉତ୍ତର ପଟ ବନ୍ଧରେ ତାଙ୍କ ଝିଅର ଶବ ପଚାଶଢା ଅବସ୍ଥାରେ ଏକ ଅଖା ଭିତରେ ବନ୍ଧା ହୋଇ ପଡିଥିବାର ଦେଖିଥିଲେ । ସଦର ଥାନା ଇନ୍ସପେକ୍ଟର ରୀନାରାଣି ସାହୁ ଘଟଣା ସ୍ଥଳରେ ପହଁଚିଥିଲେ । ପରିପର୍ଶ୍ୱକ ଅବସ୍ଥାରୁ ଜଣାଯାଏ ଯେ ଦୁବୃତମାନେ ଝିଅଟିକୁ ଅପହରଣ କରି ହତ୍ୟା କରିଛନ୍ତି । ତେଣୁ ମୋକଦ୍ଦମାଟି
ଦଫା ୩୬୩ / ୩୬୪/୩୦ ୨ / ୨୦୧ ଆଇ.ପି.ସିକୁ ରୂପାନ୍ତରୀତ ହୋଇଥିଲା । ସଦର ଥାନା ଇନିସ୍ପେକ୍ଟର ଉକ୍ତ
କେଶର ତଦନ୍ତ ଭାର ତୁରନ୍ତ ଏସ୍.ଆଇ., ଏସ୍.କେ. ଦାସଙ୍କ ଠାରୁ ଗ୍ରହଣ କଲେ।ଏସ.ସି.ବି. ମେଡିକାଲ କଲେଜ, କଟକକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଏକ ଡାକ୍ତରୀ ଦଳଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଯାଇଥିଲା ।
ବ୍ୟବଚ୍ଛେଦ ରିପୋର୍ଟ ଦେଇଥିବା ଡାକ୍ତର ନିମନ୍ତେ ତାଙ୍କର ମତାମତ ଦେଇଛନ୍ତି ।

1. The bone and soft tissue produced is of human origin and appears to of female child
of age 5 – 6 years.
2. Opinion to sexual abuse and cause of death can not be determined as this stage of
decomposition with the available body parts.
3. Times since death is more than a week.
State Forensic Science Laboratory, Bhubaneswar ଠାରେ Dna Test କରି ଝିଅର ପିତା
ମାତାଙ୍କର ରକ୍ତ ନମୁନା ସହିତ ମ୍ୟାଚ କରାଗଲା ଓ ଅବେଦନକାରୀଙ୍କ ନିଜ ଝିଅ ବୋଲି ପ୍ରମାଣ କରାଗଲା ।
୪ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରିକ୍ଷା SFSL, ଭୁବନେଶ୍ବରରେ କରାଯାଇଛି । ସମସ୍ତ ସନ୍ଦିଗ୍ଧଙ୍କ କଲ ରେକର୍ଡକୁ ବିଶ୍ଳେଶଣ କରାଗଲା । ନୟାଗଡ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ସନ୍ଦିଗ୍ଧଙ୍କ ଆର୍ଥିକ କାରବାରକୁ ତନଖି କରାଗଲା । ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରା ଉଚରା କରାଯାଇଥିଲା । ମୋକଦ୍ଦମାଟିକୁ ଏସ୍.ଡି.ପି.ଓ., ନୟାଗଡ ତଦାରଖ
କରୁଛନ୍ତି ଏବଂ ତାହା ବର୍ତ୍ତମାନ ତଦନ୍ତାଧୀନ ଅଛି । ମୋକଦ୍ଦମାଟିର ତଦନ୍ତ ଭାର ବର୍ତ୍ତମାନ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହି ମାମଲାଟିକୁ ବିଧିବଦ୍ଧ ଭାବେ ତଦନ୍ତ କରି ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ
କରିବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles