ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଶେଷ ହୋଇଛି । 2020 ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ତିର୍ତ୍ତଳ ଓ ବାଲେଶ୍ୱରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଥିଲା। କୋଭିଡ ସ୍ଥିତିରେ ବି ଶୃଙ୍ଖଳିତ କାମ ହୋଇଛି। ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନି। ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ରେ ଅଛି। କମିଶନରେଟ ପୋଲିସ 22 ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣଧୀନ ରହିଛି ବୋଲି ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର।
କଟକରେ ଛାତ୍ରୀଙ୍କ ହାତ ଗୋଡ଼ ବାନ୍ଧି ପୋଡିବା ପ୍ରସଙ୍ଗ ସମେତ ପରି ପିହୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମାହାଙ୍ଗା ହତ୍ୟା ଘଟଣା ବି ଉଠାଇଲେ ମୋହନ ମାଝୀ।
ମାହାଙ୍ଗା ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବିଜେପୁର ଉପନିର୍ବାଚନ ସମୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛ କେସରେ ଗିରଫ କରି ରଖାଯାଇଥିଲା। ତାଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ ହୋଇଥିଲା। ସ୍ୱାମୀ ଜୀବନାନନ୍ଦଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଲକ୍ଷଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଏ ଯାଏ ଗିରଫ କରାଯାଇନି। ପୋଲିସ ସଂସ୍କାର ଏ ଯାଏ ଆସିପାରିନି। ଆଇନଶୃଙ୍ଖଳା ଓ ତଦନ୍ତ ଅଲଗା ରହୁ ଯାହାଦ୍ୱାରା ଲୋକ ନ୍ୟାୟ ପାଇପାରିବେ ବୋଲି କହିଲେ ମୋହନ ମାଝୀ।
ରାଜ୍ୟରେ ନାହିଁ ଆଇନଶୃଙ୍ଖଳା।ଜଙ୍ଗଲରାଜ ଚାଲିଛି। ରାଜ୍ୟରେ ବଢୁଛି ସାଇବର କ୍ରାଇମ। ତଦନ୍ତ ଶୁନ ଫଳ ସୁନ। ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି। ଡ୍ରଗ୍ସ ମାଫିଆ ଓଡ଼ିଶାର ସବୁ ସ୍ଥାନରେ। ରାଜ୍ୟର ବେକାରୀ ବଢ଼ୁଥିବାରୁ ଏଭଳି ସ୍ଥିତି। ସେମାନଙ୍କର ଚିହ୍ନଟ ହେଉନି କି କାର୍ଯ୍ୟାନୁଷ୍ଠାନ ହେଉନି। ମନ୍ତ୍ରୀ ମାନେ ଅପରାଧରେ ସମ୍ପୃକ୍ତର ଅଭିଯୋଗ। ଯଦି ତଦନ୍ତ ବେଳେ ମନ୍ତ୍ରୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିଲା ତାଙ୍କୁ ହଟାଯିବା ଦରକାର। ମାହାଙ୍ଗା ଓ ପରି ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା। ଆଇନଶୃଙ୍ଖଳା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ସରକାରଙ୍କୁ ନିଶାନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ରାଜନୈତିକ ଚିନ୍ତାଧାରାରେ ଏଭଳି ମୁଲତବୀ ପ୍ରସ୍ତାବ ଅଣାଯାଇଛି। ଗୃହ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଓଡିଶା ପୋଲିସର ପ୍ରଦର୍ଶନ ଭଲ ଅଛି। ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ଯଦି ଏତେ ବିପର୍ଯ୍ୟସ୍ତ ଥାଆନ୍ତା ତାହେଲେ ଓଡ଼ିଶାବାସୀ ଆମକୁ କେବେଠୁ କ୍ଷମତା ବାହାରେ ରଖିସାରନ୍ତେନି ଵୋଲି ଗୃହରେ କହିଲେ ବିଜେଡି ବିଧାୟକ ପ୍ରତାପ ଦେବ।
ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ସବୁ ଅପରାଧକୁ ରାଜନୀତି ସହିତ ଯୋଡ଼ାଯାଉଛି। ରାଜନୈତିକ ଉଦେଶ୍ୟ ରଖି ଏପରି କରାଯାଉଛି ତାହା ନ ହେବା ଉଚିତ ବୋଲି ବିଧାୟକ ପ୍ରୀତି ରଂଜନ ଘଡେଇ ଗୃହରେ କହିଲେ।
ଆଇନଶୃଙ୍ଖଳା ସମ୍ପର୍କରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକଙ୍କ ଗୃହର ମଧ୍ୟ ଭାଗରେ ହୋହଲା ଓ ନାରାବାଜି। ପ୍ଲାକାର୍ଡ ପ୍ରଦର୍ଶନ କଲେ ବିଜେପି ବିଧାୟକ।
ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟ ଭାଗରେ କରୁଛନ୍ତି ପ୍ରତିବାଦ ।
ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିଜେପିର ବିଧାୟକ ମାନେ କକ୍ଷତ୍ୟାଗ କଲେ।