() ଦୁର୍ଗା ପୂଜା ପାଇଁ ଚଳ ଚଂଚଳ ହୋଇଛି ଶକ୍ତପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଆଜି ହେଉଛି ମହାଷ୍ଟମୀ। ସକାଳୁ ମହା ସ୍ନାନ ପରେ ମା ଦ୍ବିଭୁଜାଙ୍କ ପାଦ ସ୍ପର୍ଶ ଆରମ୍ଭ ହୋଇଛି। ଯାଜପୁର ଓ ପଡୋଶୀ ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ପାଦ ଦର୍ଶନ କରିଛନ୍ତି। ନବ ରାତ୍ରୀର ଅଷ୍ଟମ ଦିନରେ ମା ବିରଜା ତାଙ୍କ ସମସ୍ତ ଭକ୍ତଙ୍କୁ ଦେବୀ ଦୁର୍ଗା ରୂପରେ ଦର୍ଶନ ଦେଉଛନ୍ତି । ସକାଳୁ ପ୍ରଥମେ ବ୍ରାହ୍ମଣ ମାନେ ବୈତରଣୀ ନଦୀରୁ ଜଳ ଆଣି ମା’ଙ୍କ ସ୍ନାନ କରାଯାଇଥିଲ। ଏହା ପରେ ରୀତିନୀତି ଅନୁସାରେ ମା’ଙ୍କ ଷୋଡଶ ଉପଚାର ପୂଜା କରାଯାଉଛି। ଏଥି ପାଇଁ ଚଳଚଂଚଳ ହୋଇଛି ବିରଜା ପୀଠ। ଅପରାହ୍ନରେ ମା’ଙ୍କ ବିଜୟା ରଥ ମନ୍ଦିର ଚତୁଃପାଶ୍ବ ପରିକ୍ରମା କରିବ।