ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

- Advertisement -

() ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ବିଶ୍ଵକପ ହକି ଆୟୋଜନକୁ ନେଇ ମୁଁ ବ୍ୟକ୍ତିଗତ ବହୁତ ଖୁସି।ଏଥିପାଇଁ ସ୍ବତନ୍ତ୍ର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଆମନ୍ତ୍ରଣ କରିଥିଲେ। ଭାରତ ଅଲମ୍ପିକରେ ହକିରେ ବହୁ ପୂର୍ବରୁ ନିଜର ଦକ୍ଷତା ଦେଖାଇଛି।ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଖେଲୋ ଇଣ୍ଡିଆ ଜରିଆରେ ନୂତନ କ୍ରୀଡ଼ାବିତ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପୁସ୍ତକ ଲେଖା ଯାଉଛି। ଓଡିଶା ଦୁଇ ଦୁଇଟି ବିଶ୍ଵକପ ଆୟୋଜନ କରିଛି।ଓଡ଼ିଶାର ହକିର ଇତିହାସ,ଦୁଇଟି ବିଶ୍ଵକପ ଆୟୋଜନ ଓ ଏହାଦ୍ବାରା ଭାରତର ଗୌରବ ବୃଦ୍ଧି ସମ୍ପର୍କରେ NCERT ପୁସ୍ତକରେ ଉଲ୍ଲେଖ ଦାୟିତ୍ବ ମୁଁ ନେଇଛି।ଆଲୋଚନାରେ ମୁଁ କିଛି ପ୍ରସ୍ତାବ ମଧ୍ୟ ଦେଇଛି।ମୋଦୀଙ୍କ ସ୍ଵଛ ଭାରତ ଅନୁଯାୟୀ 2ଟି ସ୍ମାର୍ଟ ସିଟି ଭୁବନେଶ୍ୱର ରାଉରକେଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି।ସ୍ବଚ୍ଚତା ପାଇଁ ଏକ ବୃହତ ଜନ ଆନ୍ଦୋଳନ ହେଉ।UNO 2023କୁ ମୋଦୀଙ୍କ ଅନୁରୋଧ ଅନୁଯାୟୀ YEAR OF MILLET ପାରିତ ହୋଇଛି। ଏପ୍ରିଲ ମାସରେ G20ର 3ଟି ସବଗୃପର ବୈଠକ ହେବ। ଯାହାଦ୍ବାରା ଓଡ଼ିଶାର ପର୍ଯ୍ୟଟନ ଆଦି ବିଷୟରେ ଜଣାଇବା ପାଇଁ ପ୍ରୟାସ ହେବ।ବିଶ୍ଵକପରେ 16ଟି ଦେଶର 16ଟି ଭାଷାର ପ୍ରତିନିଧୀ ଆସିବେ। ଯେଉଁଠି ଓଡ଼ିଶା କଫି ଟେବଲ ବୁକ ଦିଆଯାଉ।ଯାହାଦ୍ବାରା ଓଡ଼ିଶାର ଭାଷା,ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅବଗତ ହେବେ। ଓଡିଶା 2036 ଶତବାର୍ଷିକୀ ପାଳୁଥିବ। ସେହି ସମୟରେ ଭାରତରେ ଅଲମ୍ପିକ ହେବାର ଯୋଜନା ରହିଛି।2036 ଅଲମ୍ପିକକୁ ଓଡିଶାରୁ 100 କ୍ରୀଡ଼ାବିତ ଅଂଶଗ୍ରହଣ କରନ୍ତୁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles