ଭୁବନେଶ୍ୱର: ଇଭିଏମରେ ସିଲ ହୋଇଛି ୧୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ନଭେମ୍ବର ୧୦ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲର କିଏ ହେବ ବାଜିଗର ତାହା ଭୋଟ ଗଣିତ ପରେ ସାମ୍ନାକୁ ଆସିବ । ହେଲେ ଆଜି ମତଦାନ ସରିବା ପରେ ଫଳାଫଳକୁ ନେଇ ତିନି ଦଳ ପୂର୍ବନୁମାନ କରିଛନ୍ତି । ଦମ୍ଭୋକ୍ତି କରିବେ ବୋଲି କହିଛନ୍ତି l
ବାଲେଶ୍ୱର ସଦରବାସୀ ସିଂହାସନରେ ବସାଇବାକୁ ଦେଇଛନ୍ତି ମତ । ବାଲେଶ୍ୱର ସଦର ପାଇଁ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ, ବିଜେପି ପ୍ରାର୍ଥୀ ମାନସ ଦର୍ତ୍ତିା ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ନା ୩ ସ୍ୱାଧୀନ ଜଣ ପ୍ରାର୍ଥୀ ଙ୍କ ଭିତରୁ କାହାକୁ ବାଛିଛନ୍ତି ଦସର ବାସୀ । ସେହିପରି ତିତ୍ତୋଲ ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜେପି ପ୍ରାର୍ଥୟୀ ରାଜକିଶୋର ବେହେରା, ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣଙ୍କ ସହ ୬ଜଣ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏମାନଙ୍କ ଭିତରେ ତିତ୍ତୋଲ ବାସୀ କାହାକୁ ସିଂହାସନରେ ବସାଇଛନ୍ତି । ଏ ସବୁ ଉତ୍ତର ନଭେମ୍ବର ୧୦ ଜଣାପଡ଼ିବ । ହେଲେ ଫଳାଫଳକୁ ନେଇ ଭବିଷ୍ୟତବାଣୀ କରିଛନ୍ତି ବିଜେପି ଓ କଂଗ୍ରେସ । ତିତ୍ତୋଲରେ କଂଗ୍ରେସ ଜିତିବ ଓ ବାଲେଶ୍ୱରରେ ଦଳ ଭଲ କରିବ ବୋଲୀ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ବିଜେପି ଆକଳନ ହେଉଛି ଉଭୟ ଆସନରେ ଦଳ ଜିତିବ । ବିଜେଡ଼ି ବିଧାୟକ ଅମର ଶତପଥି କହିଛନ୍ତି ଯେ ଲୋକେ କାହାକୁ ଭୋଟ ଦେଇଛନ୍ତି ଓ କିଲ ଜିତିବ ତାହା ଭୋଟବାସ ହିଁ କହିବ ।