() ସମୟକାହା ପାଖରେ ନାହିଁ । ଅପେକ୍ଷା ନାହିଁ କି ଧର୍ଯ୍ୟ ବି ନାର୍ହି । କଥା ସରୁସରୁ ଆବଶ୍ୟକ ଜିନିଷ ମଣିଷ ଦରକାର କରୁଛି । ଆଉ ଆଧୁନିକ ଯୁଗରେ ତ ଏକଥା କିଛି ଅସମ୍ଭବ ନୁହେଁ । ସ୍ବିଚ୍ ଟିପିଲେ ପୁରା ବିଶ୍ବ ୧ ମିନିଟ ଭିତରେ ପାଖରେ ଥିଲା ପରି ଲାଗୁଛି । ରେଡିମେଟ ସଭିଁଙ୍କ ପସନ୍ଦ । ଦୁଇ ମିନିଟରେ ଯେମିତି ସକାଳ ଜଳଖିଆ ମେଗି, ପାଣିଗମର ହେଲେ ଚା, ମୋବାଇଲ ଆପରେ ଅର୍ଡ଼ର କଲେ ଖାଦ୍ୟ, ଡ଼୍ରେସ ଠାରୁ ଆରମ୍ଭ କରି ସବୁ ଆବଶ୍ୟକ ଜିନିଷ ପାଖରେ ପହଞ୍ଚିଯାଏ । ଆଧୁନିକ ଯୁଗର ଏପରି ସୁବିଧା ସମୟରେ କିଏ କାହିକିଁ କୌଣସି ଜିନିଷ ପାଇଁ ଅପେକ୍ଷା କରିବ ନା ଧର୍ଯ୍ୟ ରଖିବ । ଅପେକ୍ଷା ନକଲେ ବି କଣ ଗୋଟେ ବଡ଼ ଭୂଲ ହୋଇଯିବ କି ? ନା ବେଦ ଅସୁଧ ହୋଇଯିବ । ଏମିତି ବି ଅନେକ ପ୍ରଶ୍ନ ମନକୁ ଆସେ । ଯୁବପିଢି ତ ଯୁବପିଢୀ , ବରିଷ୍ଠମାନେ ବି ଏହି ମାୟାରେ ଛନ୍ଧି ହୋଇ ଯାଇଛନ୍ତି । ଅଳ୍ପ ସମୟ ଭିତରେ ସବୁକିଛି ଦରକାର । କମ ପରିଶ୍ରମରେ ବହୁତ କିଛି ପାଇବାର ଆଶା l କମ କର୍ମରେ ଅଧିକ ଧନୀ ହେବା ଦରକାର । ଏମିତି ଚିନ୍ତାଧାରାରେ ଚାଲିଛି ଆମ ସମାଜ ।
ଏଥିରୁ ବା କେମିତି ବାଦ ପଡ଼ନ୍ତା ପ୍ରେମ । କାହାକୁ ନଜାଣି, ନବୁଝି ଏକ ମିନିଟ ଭିତରେ ପ୍ରେମ ନିବେଦନ ଆଉ ତାପରେ… । ମୋବାଇଲ ହାତରେ ଅଛି ମାନେ ଧର୍ଯ୍ୟ ଧରିବାର ଆବଶ୍ୟକ ନାହିଁ । ସୁଇଚ୍ ଚିପି ମ୍ୟାସେଜ ପଠାଇଦେଲେ ଗଲା । ସେ ଯିଏ ବି ହେଉ । ପ୍ରେମ ହୁଏ, ବିହାର ବି ହୁଏ । ହେଲେ ତା ପରିବତ୍ତୀ ସମୟରେ କଣ ହୁଏ ତାହା ଆଉ କାହାକୁ ଅଛପା ନାହିଁ । କେବଳ ଟିଭି ଚ୍ୟାନେଲ ଖୋଲିଲେ କି ଖବର କାଗଜ ପୃଷ୍ଠା ଓଲଟାଇଲେ ତାହା ଜଣାପୁଡ଼ିଛି ।
ସେଦିନ ରୋଜି କହୁକହୁ ତାର ଜଣେ ସହକର୍ମୀଙ୍କୁ କହିଲା ଜାଣିଛୁ ମୁଁ ଏବେ ମୋ ପର୍ସରେ ରାକ୍ଷୀ ରଖୁଛି । ଏକଥା ଶୁଣି ତାହାର ସହକର୍ମୀ କିଛି ବୁଝିପାରିଲେନି । ସହକର୍ମୀ ପଚାରିବାରୁ ରୋଜି କହିଲା ଜାଣିଛୁ , ଯାହା ସହ କଥା ହେଉଛି ସେମାନେ ମତେ କଣ ଭାବୁଛନ୍ତି ମୁଁ ଜାଣେନା ସଙ୍ଗେସଙ୍ଗେ ମତେ ମୋବାଇଲରେ ଆଇ ଲଭ ୟୁ ଲେଖି ପଠାଉଛନ୍ତି । ଏଥିରୁ ବଂଚିବା ପାଇଁ ରାକ୍ଷୀ ରଖୁଛି ପାଖରେ । ସେ ଚିହ୍ନା ହେଉ କି ଅଚିହ୍ନା ଯାହା ସହ କଥା ହେଉଛି ସେ ଏମିତି କରୁଛନ୍ତି । ହୁଏତ ରାକ୍ଷୀ କଥାକୁ ସେଦିନ ସହକର୍ମିୀ ସେତେଟା ଗୁରୁତ୍ବ ଦେଇନଥିଲେ। ହେଲେ ଆଜିର ସମୟରେ ତାହା ଯେ ସତ ,ଏ କଥାକୁ ବି ସେ ଏଡ଼ାଇ ଦେଇନଥିଲା ।
ଇଏ ତ ଥିଲା ପ୍ରେମ । ସେହିପରି ସୋସିଆଲ ମିଡ଼ିଆରେ ତ ଶହଶହ କାହାଣୀ । ରୂପ, ନାଁ ବଦଳାଇ କିଏ କେତେ କଣ କରୁଛି । ଏଥରୁ କଣ ବୁଝିବା ଆମେ ଯେତିକି ଆଧୁନିକ, ବିଜ୍ଞାନ ଜ୍ଞାନ କୌଶଳ ବ୍ୟବହାର କରି ଜୀବନ କଟାଉଛନ୍ତି ସେତିକି ଧର୍ଯ୍ୟହୀନ ଓ ବିବେକ ହୀନ ହୋଇପଡ଼ୁଛନ୍ତି । ନା ସମୟ ଆମକୁ ସେମିତି କରୁଛି । ଏକଥା ଏବେ ଚିନ୍ତା କରିବାର ବେଳ । କଥାରେ ଅଛି ଅପେକ୍ଷାର ଫଳ ମିଠା । ହେଲେ ଅପେକ୍ଷା ନକରି ୧ ମିନିଟରେ ସବୁ କିଛି ପାଇଯିବାର ପ୍ରତିଯୋଗିତାରେ ସମସ୍ତେ ମାତିଛନ୍ତି , ତାହା ଆମକୁ ଓ ଆମ ସମାଜକୁ ଧ୍ବଂସ ଆଡ଼କୁ ନେଇଯାଉଛି । ମୋ ମତରେ ସବୁ କଥାରେ ଓ ସବୁ ସମୟରେ ବୃଦ୍ଧି ବିଚାରି କାମ କଲେ ପ୍ରେମ ରହିବ, ଜୀବନ ରହିବ ଓ ସମାଜ ବି ବଂଞ୍ଚିରହିବ ।ପାଇବା ପାଇଁ ନାହିଁ ଅପେକ୍ଷା …
ସମୟ କାହା ପାଖରେ ନାହିଁ । ଅପେକ୍ଷା ନାହିଁ କି ଧର୍ଯ୍ୟ ବି ନାର୍ହି । କଥା ସରୁସରୁ ଆବଶ୍ୟକ ଜିନିଷ ମଣିଷ ଦରକାର କରୁଛି । ଆଉ ଆଧୁନିକ ଯୁଗରେ ତ ଏକଥା କିଛି ଅସମ୍ଭବ ନୁହେଁ । ସ୍ବିଚ୍ ଟିପିଲେ ପୁରା ବିଶ୍ବ ୧ ମିନିଟ ଭିତରେ ପାଖରେ ଥିଲା ପରି ଲାଗୁଛି । ରେଡିମେଟ ସଭିଁଙ୍କ ପସନ୍ଦ । ଦୁଇ ମିନିଟରେ ଯେମିତି ସକାଳ ଜଳଖିଆ ମେଗି, ପାଣିଗମର ହେଲେ ଚା, ମୋବାଇଲ ଆପରେ ଅର୍ଡ଼ର କଲେ ଖାଦ୍ୟ, ଡ଼୍ରେସ ଠାରୁ ଆରମ୍ଭ କରି ସବୁ ଆବଶ୍ୟକ ଜିନିଷ ପାଖରେ ପହଞ୍ଚିଯାଏ । ଆଧୁନିକ ଯୁଗର ଏପରି ସୁବିଧା ସମୟରେ କିଏ କାହିକିଁ କୌଣସି ଜିନିଷ ପାଇଁ ଅପେକ୍ଷା କରିବ ନା ଧର୍ଯ୍ୟ ରଖିବ । ଅପେକ୍ଷା ନକଲେ ବି କଣ ଗୋଟେ ବଡ଼ ଭୂଲ ହୋଇଯିବ କି ? ନା ବେଦ ଅସୁଧ ହୋଇଯିବ । ଏମିତି ବି ଅନେକ ପ୍ରଶ୍ନ ମନକୁ ଆସେ । ଯୁବପିଢି ତ ଯୁବପିଢୀ , ବରିଷ୍ଠମାନେ ବି ଏହି ମାୟାରେ ଛନ୍ଧି ହୋଇ ଯାଇଛନ୍ତି । ଅଳ୍ପ ସମୟ ଭିତରେ ସବୁକିଛି ଦରକାର । କମ ପରିଶ୍ରମରେ ବହୁତ କିଛି ପାଇବାର ଆଶା l କମ କର୍ମରେ ଅଧିକ ଧନୀ ହେବା ଦରକାର । ଏମିତି ଚିନ୍ତାଧାରାରେ ଚାଲିଛି ଆମ ସମାଜ ।
ଏଥିରୁ ବା କେମିତି ବାଦ ପଡ଼ନ୍ତା ପ୍ରେମ । କାହାକୁ ନଜାଣି, ନବୁଝି ଏକ ମିନିଟ ଭିତରେ ପ୍ରେମ ନିବେଦନ ଆଉ ତାପରେ… । ମୋବାଇଲ ହାତରେ ଅଛି ମାନେ ଧର୍ଯ୍ୟ ଧରିବାର ଆବଶ୍ୟକ ନାହିଁ । ସୁଇଚ୍ ଚିପି ମ୍ୟାସେଜ ପଠାଇଦେଲେ ଗଲା । ସେ ଯିଏ ବି ହେଉ । ପ୍ରେମ ହୁଏ, ବିହାର ବି ହୁଏ । ହେଲେ ତା ପରିବତ୍ତୀ ସମୟରେ କଣ ହୁଏ ତାହା ଆଉ କାହାକୁ ଅଛପା ନାହିଁ । କେବଳ ଟିଭି ଚ୍ୟାନେଲ ଖୋଲିଲେ କି ଖବର କାଗଜ ପୃଷ୍ଠା ଓଲଟାଇଲେ ତାହା ଜଣାପୁଡ଼ିଛି ।
ସେଦିନ ରୋଜି କହୁକହୁ ତାର ଜଣେ ସହକର୍ମୀଙ୍କୁ କହିଲା ଜାଣିଛୁ ମୁଁ ଏବେ ମୋ ପର୍ସରେ ରାକ୍ଷୀ ରଖୁଛି । ଏକଥା ଶୁଣି ତାହାର ସହକର୍ମୀ କିଛି ବୁଝିପାରିଲେନି । ସହକର୍ମୀ ପଚାରିବାରୁ ରୋଜି କହିଲା ଜାଣିଛୁ , ଯାହା ସହ କଥା ହେଉଛି ସେମାନେ ମତେ କଣ ଭାବୁଛନ୍ତି ମୁଁ ଜାଣେନା ସଙ୍ଗେସଙ୍ଗେ ମତେ ମୋବାଇଲରେ ଆଇ ଲଭ ୟୁ ଲେଖି ପଠାଉଛନ୍ତି । ଏଥିରୁ ବଂଚିବା ପାଇଁ ରାକ୍ଷୀ ରଖୁଛି ପାଖରେ । ସେ ଚିହ୍ନା ହେଉ କି ଅଚିହ୍ନା ଯାହା ସହ କଥା ହେଉଛି ସେ ଏମିତି କରୁଛନ୍ତି । ହୁଏତ ରାକ୍ଷୀ କଥାକୁ ସେଦିନ ସହକର୍ମିୀ ସେତେଟା ଗୁରୁତ୍ବ ଦେଇନଥିଲେ। ହେଲେ ଆଜିର ସମୟରେ ତାହା ଯେ ସତ ,ଏ କଥାକୁ ବି ସେ ଏଡ଼ାଇ ଦେଇନଥିଲା ।
ଇଏ ତ ଥିଲା ପ୍ରେମ । ସେହିପରି ସୋସିଆଲ ମିଡ଼ିଆରେ ତ ଶହଶହ କାହାଣୀ । ରୂପ, ନାଁ ବଦଳାଇ କିଏ କେତେ କଣ କରୁଛି । ଏଥରୁ କଣ ବୁଝିବା ଆମେ ଯେତିକି ଆଧୁନିକ, ବିଜ୍ଞାନ ଜ୍ଞାନ କୌଶଳ ବ୍ୟବହାର କରି ଜୀବନ କଟାଉଛନ୍ତି ସେତିକି ଧର୍ଯ୍ୟହୀନ ଓ ବିବେକ ହୀନ ହୋଇପଡ଼ୁଛନ୍ତି । ନା ସମୟ ଆମକୁ ସେମିତି କରୁଛି । ଏକଥା ଏବେ ଚିନ୍ତା କରିବାର ବେଳ । କଥାରେ ଅଛି ଅପେକ୍ଷାର ଫଳ ମିଠା । ହେଲେ ଅପେକ୍ଷା ନକରି ୧ ମିନିଟରେ ସବୁ କିଛି ପାଇଯିବାର ପ୍ରତିଯୋଗିତାରେ ସମସ୍ତେ ମାତିଛନ୍ତି , ତାହା ଆମକୁ ଓ ଆମ ସମାଜକୁ ଧ୍ବଂସ ଆଡ଼କୁ ନେଇଯାଉଛି । ମୋ ମତରେ ସବୁ କଥାରେ ଓ ସବୁ ସମୟରେ ବୃଦ୍ଧି ବିଚାରି କାମ କଲେ ପ୍ରେମ ରହିବ, ଜୀବନ ରହିବ ଓ ସମାଜ ବି ବଂଞ୍ଚିରହିବ ।