ବିଶ୍ୱ କଲା ନବୀନଙ୍କୁ ପ୍ରଶଂସା : WHO କହିଲା ଓଡିଶା କୋଭିଡ଼ ପରିଚାଳନା ପ୍ରଭାବଶାଳୀ….

- Advertisement -

ଭୁବନେଶ୍ୱର : ଓଡିଶା ର କୋଭିଡ୍ ପରିଚାଳନା କୁ ନେଇ WHO ବିଶ୍ଵ ସ୍ଵାସ୍ଥ୍ୟ ସଂଘଠନ ପ୍ରସଂସା କରିଛ ।କୋଭିଡ୍ ପରିଚାଳନା ନେଇ ଓଡ଼ିଶାର ଆଗୁଆ ପଦକ୍ଷେପ ଫଳପ୍ରଦ ହୋଇଥିବା WHO କହିଛି ।କୋଭିଡ୍ ପରିକ୍ଷଣ ଓ ରୋଗୀଙ୍କ ଯତ୍ନ ନେବା କ୍ଷେତ୍ରରେ ଓଡିଶା ପ୍ରସଂସିତ ହୋଇଛି ।ସେହିପରି ପରିଚାଳନା ରେ ପ୍ରଭାବାଶାଳୀ ଭାବରେ ମୁକାବିଲା କରିଛି ।ଏହାସହ ILI ଓ sari ସର୍ଭେ କୁ ବ୍ୟାପକ କରିଛି ।ଯାହାକୁ ନେଇ ପ୍ରଶଂସା କରିଛି ।ଗୋଟିଏ କୋଭିଡ୍ ପରିଚାଳନା ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି ସେହି ସମୟରେ WHO ଓଡ଼ିଶାର କୋଭିଡ୍ ପରିଚାଳନା କୁ ପ୍ରସଂସା କରିବା ନବୀନ ସରକାରଙ୍କ ସୁହାଇବ ।ଏହାସହ ଓଡ଼ିଶାରେ କୋଭିଡ୍ ସୁସ୍ଥ ହାର ଅଧିକ ଓ କମ ମୃତ୍ୟୁ ହାର ରହିଥିବା କୁ ମଧ୍ୟ ପ୍ରସଂସା କରିଛି WHO ।

ପୂର୍ବରୁ ମଧ୍ୟ WHO ପକ୍ଷରୁ ଓଡିଶା ସରକାରଙ୍କ କୋଭିଡ୍ ପରିଚାଳନା କୁ ପ୍ରସଂସା କରିଥିଲା ।ଆଗୁଆ କୋଭିଡ୍ ହସପିଟାଲ ନିର୍ମାଣ ଓ ଟେଷ୍ଟିଂ କୁ ନେଇ ପ୍ରସଂସା କରିଥିଲା ।ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଟିଟ୍ ମାଧ୍ୟମରେ ଜଣାଇଛନ୍ତି ।

ଯେତେବେଳେ ସାରା ବିଶ୍ୱ ଓଡିଶାକୁ କୋଭିଡ ପରିଚାଳନା ନେଇ ପ୍ରସଂଶା କରୁଛି l ସେତେବେଳେ ବିରୋଧୀ ଏହାକୁ ସମାଲୋଚନା କରିବା ସାଧାରଣରେ ପ୍ରଶ୍ନବାଚୀ ଉଠିଛି l କାରଣ ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାତୀୟ ଓ ଆନ୍ତଜାତୀୟ ସ୍ତରରେ ଓଡ଼ିଶାର କୋଭିଡ ପରିଚାଳନାକୁ ପ୍ରଶଂସା କରାଯାଇଛି l ଆଜି who ଏହି ପ୍ରଶଂସା ରାଜ୍ୟ ସରକାରଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି ଶାସକ ଦଳ କହିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles