ଯାଜପୁର: ଯାହା ପ୍ରତିଶୃତି ଦିଆ ଯାଇଛି ତାହା ପୂରଣ କର l ଯେଉଁଠି ସମସ୍ୟା ଅଛି ତାହାର ସମାଧାନ କର l ଲୋକେ ଯେମିତି ହଇରାଣ ଓ ଅସୁବିଧାରେ ନ ରୁହନ୍ତି ସେଥିପ୍ରତି ସଜାଗ ରୁହ l ବିଧାୟକ ନୂଆ ଯାଜପୁର ଗଢିବା ପାଇଁ ଯେଉଁ ସଂକଳ୍ପ ନେଇଛନ୍ତି ତାହା ୱlର୍ଡ ସ୍ତରରୁ ଆହୁରୀ ଜୋରଦାର କରିବାକୁ ହେବ l ତେଣୁ ଆମକୁ ଆହୁରୀ ଅଧିକ ପରିଶ୍ରମ କରିବାକୁ ହେବ l ଏଥିପାଇଁ ପ୍ରତ୍ୟେକ ଘରୁ ଅତ୍ୟନ୍ତ ଜଣେ ୱlଡର ବିକାଶ ପାଇଁ ଆଗେଇ ଆସିବାକୁ ପଡିବ l ୱlଡ ସ୍ତରରେ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେଡି ଯୁବ ନେତା ତଥା ଯାଜପୁର ପୌର ପରିଷଦର ପୂର୍ବତନ ଚେୟାରମ୍ୟାନ ଭଵ ପ୍ରସାଦ ଦାସ l ପ୍ରତ୍ୟେକ ଦିନର ଯାଜପୁର ପୌର ପରିଷଦ ଓ ଯାଜପୁର ବ୍ଲକର ବିଭିନ୍ନ ୱlର୍ଡବାସୀ ଓ ବିଜେଡି କର୍ମୀଙ୍କ ସହ ଆଲୋଚନା କରୁଛନ୍ତି l ୱlର୍ଡ ସ୍ତରରୁ ସଂଗଠନକୁ କିପରି ଅଧିକ ମଜବୁତ କରାଯିବ ତାହା ଉପରେ ଫୋକସ ଦେଇଛନ୍ତି ଯୁବ ନେତା ଭଵ ପ୍ରସାଦ ଦାସ l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଂଗଠନ ମଜବୁତ କରିବା ପାଇଁ ଯେଉଁ ଟାର୍ଗେଟ ଦେଇଛନ୍ତି ସେହି ଅନୁସାରେ କାମ କରିବା ପାଇଁ ଭଵ ବୈଠକରେ ନେତା ଓ କର୍ମୀଙ୍କୁ ବୁଝାଇଛନ୍ତି l ଶନିବାର ଯାଜପୁର ବ୍ଳକର ଜାହାନପୁର ପଞ୍ଚାୟତ ୱାର୍ଡ କମିଟି ବୈଠକରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭଵ ପ୍ରସାଦ ସଂଗଠନକୁ ତୃଣମୁଳ ସ୍ତରରୁ ମଜବୁଜ କରିବା ଉପରେ ଗୁରୁତ୍ୱ ଦେବା ସହ ପଞ୍ଚାୟତର ଉନ୍ନତି ମୂଳକକାର୍ଯ୍ୟ ଓ ଜନହିତକର କାମକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ l ଏହି ବୈଠକରେ ପାଇଁ ବିଜେଡିର ବରିଷ୍ଠ, ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତାମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l କେବଳ ସେତିକି ନୁହେଁ, ବିରୋଧୀ ଯେପରି ଅପପ୍ରଚାର କରୁଛନ୍ତି ତାହାର ଉଚିତ ଜବାବ ଦେବା ସହ ଲୋକଙ୍କୁ ସତ ଜଣାଇବା ପାଇଁ ଭଵ ପରାମର୍ଶ ଦେଇଥିଲେ l ସେହିପରି ଯାଜପୁର ବ୍ଳକର ସିମିଳିଆ ପଞ୍ଚାୟତ, ବେରୁଦା ପଂଚାୟତ, ୱାର୍ଡ଼ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଣ୍ଡାଦିଆ କୁକୁଡ଼ା ବଣ୍ଟନ କାର୍ଯ୍ୟକ୍ରମ, ଆଗାମୀ ଦିନରେ ନାରୀ ସଶକ୍ତିକରଣ ନିମନ୍ତେ ସରକାରଙ୍କର ସମସ୍ତ ସାହାଯ୍ୟ ସହଯୋଗ ଓ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା l ସେହିପରି ଯାଜପୁର ବ୍ଳକ ବେରୁଦା ପଞ୍ଚାୟତର ନେଳିପୁର ଠାରେ ଭାବଗ୍ରାହୀ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତି ନିମନ୍ତେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ଯୁବ ନେତା ଭଵ ପ୍ରସାଦ ଦାସ l