ଦେବଗଡ଼ରେ ବିଜୁ ଯୁବ-ଛାତ୍ର ନେତୃତ୍ୱଙ୍କ ମାନସ ମଂଥନ..

- Advertisement -

ଦେବଗଡ଼: ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଆଜି ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି । ଦେବଗଡ ଜିଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀରେ ଅତିଥି ଭାବେ ରାଜ୍ୟ ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ରାଜ୍ୟ ଛାତ୍ର ବିଜୁ ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ରାଜ୍ୟ ବିଜେଡି ଯୁବବ୍ୟାପାର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଜେଡି ଦେବଗଡ ଜିଲା ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଦଳ ଏବଂ ରାଜ୍ୟର ପ୍ରଗତି କ୍ଷେତ୍ରରେ ଛାତ୍ର ଏବଂ ଯୁବକ ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଭୁମୀକା ରହିଥିବା ପ୍ରକାଶ କରିଥିଲେ । ଏହି ଅବସରରେ ସେମାନେ ମୂଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଂଚାଇବାକୁ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଦଳର କର୍ମୀମାନେ ସାଧାରଣ ଲୋକଙ୍କର ନିକଟତର ହୋଇ ଦଳକୁ ଆଗାମୀ ଦିନରେ ଅଧିକ ସୁଦୃଢ କରିବା ସହ ସମସ୍ତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟରେ ଆଜି ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲାରେ ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଆୟୋଜିତ ହେବ ବୋଲି ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ପ୍ରକାଶ କଜରିଛନ୍ତି । ଆଜିର କାର୍ଯ୍ୟକ୍ରମ ପୂର୍ବରୁ ଅତିଥି ମାନେ ପୌର ପରିଷଦ ଶିଶୁ ଉଦ୍ୟାନ ସ୍ଥିତ ସ୍ୱର୍ତତ ବିଜୁବାବୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ସଭା ସ୍ଥଳକୁ ଯାଇଥିଲେ । ସେଠାରେ ବିଜୁବାକୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡିର ସମ୍ବଲପୁର ଜୋନ ସଭାପତି ମିଲନ କୁମାର ହୋତା, ଛାତ୍ର ବିଜୁ ଜନତାଦଳର ଜୋନାଲ ପର୍ଯ୍ୟବେକ୍ଷକ ସତିଶ ବିଶି, ଜିଲା ପରିଷଦ ସଦସ୍ୟା ନିଶାନୀ ବେହେରା, ରାଜ୍ୟ ବିଜେଡି କର୍ଯ୍ୟକାରୀନୀ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ,ଜିଲ୍ଲା ବିଜୁ କୃଷକ ସେଲ ସଭାପତି ଇଂ.ଚିତ ରଞ୍ଜନ ପ୍ରଧାନ, ନଗର ବଜେଡି ସଭାପତି ଶୁକଦେବ ଭଞ୍ଜ , ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ,ନଗର ଯୁବ ବିଜେଡି ସଭାପତି ରୂପକ କୁମାର ମାଝୀ,ପୂର୍ଭତନ ନଗର ବିଜେଡି ସଭାପତି କାମାକ୍ଷା ଗଙ୍ଗଦେବ , ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ , ରିଆମଳ ବ୍ଲକ ସଭାପତି ବୈକୁଣ୍ଠ ପାଇକରାୟ,କଲଣ୍ଡା ସରପଂଚ ସକୁନ୍ତଳା ପ୍ରଧାନ ଓ ଅରୁଣୀ ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଅତିଥି ମାନେ ଦେବଗଡ ଜିଲାର ରିଆମାଳ ଠାରେ ପହଂଚିବା ପରେ ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି କର୍ମୀମାନେ ବିଭିନ୍ନ ସ୍ଲୋଗାନ ସହ ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସ୍ୱାଗତ କରି ଦେବଗଡ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles