{}ଗତକାଲି 4ଲକ୍ଷ5ହଜାର ଡୋଜ ଦିଆହୋଇଛି। ଦ୍ଵିତୀୟ ଡୋଜଜୁ ମିଶାଇଲେ 2 କୋଟି 87 ଲକ୍ଷ ଡୋଜ ଦିଆସରିଛି। ସେଥିରୁ 2 କୋଟି 10ଲକ୍ଷ ପ୍ରଥମ ଡୋଜ ଓ 77 ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି। 67 ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି। ଯେତିକି ଟୀକାକରଣ ବାକି ଅଛି, ସେଥିରୁ 72 ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି। ଯିଏ ପାଇଁ ନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି। ସମ୍ମୁଖଯୋଦ୍ଧାମାନେ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣିବ। ଆଜି 1800 ଟୀକାକରଣ ସେସନ ଚାଲିଛି। ଆଜି 4 ଲକ୍ଷରୁ ଅଧିକ ଟୀକାକରଣ ଲକ୍ଷ୍ୟ ରଖାଯାଇଛି। ଟୀକା ବି ପର୍ଯ୍ୟାପ୍ତ ମହଜୁଦ ଅଛି। କେବଳ ଆଦିବାସୀ ଅଂଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ 3 ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟୀକା ନେବାକୁ ଭୁଲି ଯାଉଛନ୍ତି। ସେମାନଙ୍କୁ ଟୀକା ନେବା ପାଇଁ SMS ପଠାଯାଉଛି। ବାକି ଥିବା 28 ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟୀକାକରଣ କେନ୍ଦ୍ରକୁ ଆଣିବେ।
ବହୁ ପୂର୍ବରୁ ପଞ୍ଚାବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ଯେଉଁଠି ଡାକ୍ତର ନଥିଲା, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା। ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି। ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଗଲା।
WHO କହିସାରିଛି ଯେ କରନା ଖସୁଛି। ଯାହା ଭଲ ଖବର। ହେଲେ ସଚେତନ ରହିବାକୁ ଏବେ ବି ଆହ୍ୱାନ ରହିଛି। ଲହରୀ କେଉଁଠି କଣ ଆସିଲା, ତାହାର କିଛି ଅର୍ଥ ନାହିଁ। ଆମ ରାଜ୍ୟର ସ୍ଥିତି ଦେଖି ତୃତୀୟ ଲହରୀ କଥା ସମୀକ୍ଷା କରିବା।