ପାକିସ୍ତାନ ପାଇଁ ମୋଦିଙ୍କ ନୂଆ ପ୍ଲାନ …

- Advertisement -

nକାଳେବଳେ କୌଶଳେ ପାକିସ୍ତାନକୁ ପାନେ ଦେବା ପାଇଁ ମୋଦି ସରକାର ସବୁ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତ ସହ ଅର୍ଥନୈତିକ ସମ୍ପର୍କ ତୁଟାଇ ପାକିସ୍ତାନ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ବିଲାତି ,ପିଆଜ ଓ ଓøଷଧ ପାଇଁ ପାକିସ୍ତାନ ଆହାକାର ହେଉଥିବା ବେଳେ ଏବେ ପାକିସ୍ତାନର ଅର୍ଥନୈତିକ ପରିସ୍ଥିତି ଭୁଶୁଡ଼ିବାରେ ଲାଗିଛି । ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର‌୍ୟ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ପାକିସ୍ତାନକୁ ଯାଉଥିବା ପାଣିକୁ ଅଟକାଇବା ପାଇଁ ଏବେ ଆମେ କାର‌୍ୟ୍ୟ ଆରମ୍ଭ କରିଛୁ। ଆମେ କେବଳ ପାଣି ଅଟକାଇବୁ। କିନ୍ତୁ ସିନ୍ଧୁ ନଦୀ ଚୁକ୍ତିକୁ ଭାଙ୍ଗିବୁ ନାହିଁ।ବର୍ତ୍ତମାନ ସମସ୍ତ ଜଳଭଣ୍ଡାର ପୂର୍ଣ୍ଣ ହୋଇ ରହିଛି। ଅତିରିକ୍ତ ପାଣି ପାକିସ୍ତାନକୁ ଯାଉଛି। ହେଲେ ଖରାଦିନ ଏହି ଅତିରିକ୍ତ ଜଳକୁ ଆମେ ଆମ ଦେଶର ଲୋକଙ୍କ ପାଇଁ ବ୍ୟବହାର କରିପାରିବା। ତେଣୁ ଏହାକୁ ଅଟକାଇବାର ସମୟ ଆସିଛି। ଏହି ନଦୀର ଜଳକୁ ଖରାଦିନେ ହାଇଡ୍ରୋ ଇଲେକ୍ଟ୍ରିସିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବହାର କରିପାରିବୁ। ବଳକା ପାଣି ଚାଷ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହୋଇପାରିବ।nଭାରତରୁ ଯାଉଥିବା ପାଣିକୁ ପାକିସ୍ତାନ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରୁଥିଲା। ଏବେ ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ପାଣି ବିନା କ’ଣ କରିବ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles